fbpx

Tax Saving କରିବେ କିପରି: କ’ଣ କଲେ ଜରିମାନାରୁ ମୁକ୍ତି ପାଇବେ, ଜାଣନ୍ତୁ ୫ଟି ବେଷ୍ଟ ଟେକନିକ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଆପଣ ନିଜର ଫାଇନାନ୍ସିଆଲ ପ୍ଲାନିଂର ଶୁଭାରମ୍ଭ କରିପାରନ୍ତି । ଇନକମ୍ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ସରକାର ଜନସାଧାରଣଙ୍କୁ ଅନେକ ବିକଳ୍ପ ପ୍ରଦାନ କରିଛନ୍ତି । ଏପରି ସ୍ଥଳେ ଆପଣ ୫ଟି ଜବରଦସ୍ତ ଟ୍ରିକ୍ସ ଆପଣାଇ ଏ କ୍ଷେତ୍ରରେ ସୁରକ୍ଷିତ ରହି ପାରିବେ ।

ଇନକମ୍ ଟ୍ୟାକ୍ସରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ତରିକା ସନ୍ଧାନରେ ରହିଥାନ୍ତି । ଅନେକ ବ୍ୟକ୍ତି ଟ୍ୟାକ୍ସ ବଞ୍ଚାଇବା ଚକ୍କରରେ ଏପରି କିଛି ଭୁଲ୍ କରି ବସନ୍ତି, ଫଳରେ ତାଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ିଥାଏ । ତେବେ ଆପଣ ବୈଧ ତରିକାରେ ଟ୍ୟାକ୍ସ ବଞ୍ଚାଇ ପାରିବେ ।

୧- ନ୍ୟାସନାଲ ପେନସନ ସ୍କିମ (ଏନପିଏସ): ଆପଣ ଏନପିଏସରେ ନିବେଶ କରି ଇନକମ ଟ୍ୟାକ୍ସର ସେକ୍ସନ ୮୦ସିରେ ଟ୍ୟାକ୍ସ ରିହାତି ପାଇ ପାରିବେ । ଏଥିରେ ବର୍ଷକୁ ୧.୫ ଲକ୍ଷ ଓ ଧାରା ୮୦ସିସିଡି ଅଧିନରେ ଅତିରିକ୍ତ ୫୦ ହଜାର ଟଙ୍କାର ନିବେଶ କରିପାରିବେ । ଆପଣ ମୋଟ ୨ ଲକ୍ଷର ଟ୍ୟାକ୍ସ ଛାଡ଼ ପାଇ ପାଇବେ ।

୨- ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ): ଏଥିରେ ଆପଣ ନିବେଶ କରି ଟ୍ୟାକ୍ସ ଛାଡ଼ ପାଇପାରିବେ । ଏହି ସ୍କିମର ନିବେଶ ଅର୍ଥ ଉପରେ ବର୍ତ୍ତମାନ ୭.୬ ପ୍ରତିଶତ ସୁଧ ମିଳୁଛି । ନୂଆ ନିୟମ ଅନୁଯାୟୀ, ଗୋଟିଏ କନ୍ୟା ପରେ ଯମଜ କନ୍ୟା ଜନ୍ମହେଲେ ତାଙ୍କ ଖାତାରେ ମଧ୍ୟ ଟ୍ୟାକ୍ସ ଛାଡ଼ ମିଳିବ ।

୩- ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସଏସ): ଏଥିରେ ଆପଣ ୮୦ସି ଅଧିନରେ ଟ୍ୟାକ୍ସ ଛାଡ଼ ପାଇପାରିବେ । ଆପଣ ବର୍ଷକୁ ସର୍ବାଧିକ ୧.୫ ଲକ୍ଷ ନିବେଶ କରି ୮ ପ୍ରତିଶତ ସୁଧ ପାଇପାରିବେ ।

୪- ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ): ଏଥିରେ ନିବେଶ କରି ୭.୧ ପ୍ରତିଶତ ସୁଧ ପାଇପାରିବେ । ବାର୍ଷିକ ୧.୫ ଲକ୍ଷ ନିବେଶ ଉପରେ ଟ୍ୟାକ୍ସ ରିହାତି ମିଳିଥାଏ ।

୫- ଏହାଛଡ଼ା ଟ୍ୟାକ୍ସପେୟର୍ସ ହାଉସିଂ ରେଣ୍ଟ, ଲିଭ ଟ୍ରାଭେଲ ଆଲାଉନ୍ସ, ଶିକ୍ଷା ଋଣ, ହୋମ ଲୋନର ସୁଧ ଉପରେ ମଧ୍ୟ ଟ୍ୟାକସ ଛାଡ଼ ମିଳିଥାଏ ।

Get real time updates directly on you device, subscribe now.