fbpx
BJD
BJD SKY
BJD SKY

ସରିବନି ମାସିକ ସାଲାରୀ: ଏହି ନିୟମକୁ ଫଲୋ କରି ଦେଖନ୍ତୁ, ମାସ ସରିବା ପୂର୍ବରୁ ସରିବନି ଦରମା

BJD

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବେ । ମାସ ପୂରିବା ପୂର୍ବରୁ ମିଳିଥିବା ସାଲାରୀ ଶେଷ ହୋଇଯାଏ । ଏହାପରେ ପୁଣି ଉଧାର ଆଣି ଚଳିବାକୁ ପଡିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନୂଆ ଫର୍ମୁଲାକୁ ଆପଣାଇପାରିବେ । ଏହାଦ୍ୱାରା ଆପଣ ନିଜ ଆର୍ଥିକ ସମସ୍ୟାକୁ ଭଲ ଭାବରେ ପରିଚାଳନା କରିପାରିବେ । ତେଣୁ ଆପଣଙ୍କୁ କାହା ପାଖରୁ ଉଧାର ନେବାକୁ ପଡିବ ନାହିଁ ।

ଇଚ୍ଛା ଏବଂ ଆବଶ୍ୟକତାକୁ ଅଲଗା ରଖନ୍ତୁ:

ପ୍ରତି ମାସ ମିଳୁଥିବା ସାଲାରୀର ଅଧିକାଂଶ ଟଙ୍କା ପ୍ରାୟତଃ ଏମିତି ଜିନିଷ ପଛରେ ଖର୍ଚ୍ଚ ହୁଏ, ଯାହାର ଆମ ଜୀବନରେ ବିଶେଷ ଆବଶ୍ୟକତା ନଥାଏ । ସେହିପରି ଆମର ଇଚ୍ଛା ଥିବା କିଛି ଜିନିଷ ଉପରେ ଆମେ ଖର୍ଚ୍ଚ କରି ଦେଇଥାଉ । ତେଣୁ ପ୍ରତି ମାସ ନିଜର ଆବଶ୍ୟକତା ପୂରଣ ପାଇଁ ହେଉଥିବା ଖର୍ଚ୍ଚକୁ ନେଇ ଏକ ଅଲଗା ବଜେଟ ପ୍ରସ୍ତୁତ କରିବା ଆବଶ୍ୟକ । ଏହାସହିତ ଅନ୍ୟାନ୍ୟ ଖର୍ଚ୍ଚ ପ୍ରତି ଦୂରେଇ ରହିବା ଆବଶ୍ୟକ ।

ଆୟ ଏବଂ ବ୍ୟୟକୁ ଧ୍ୟାନରେ ରଖନ୍ତୁ:

ଯେତେବେଳେ ଆପଣ କିଛି ଜିନିଷ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି, ସେତେବେଳେ ଆପଣ ନିଜ ଆୟ ଏବଂ ମାସିକ ବ୍ୟୟ ଉପରେ ଥରେ ଚିନ୍ତା କରନ୍ତୁ । ଆପଣଙ୍କ ବଜେଟ ବାହାରକୁ ଥିବା କୌଣସି ଜିନିଷ ପ୍ରତି ଆଦୌ ଖର୍ଚ୍ଚ କରନ୍ତୁ ନାହିଁ । ଏହାସହିତ ଏକାଧିକ କାମରୁ ଟଙ୍କା ରୋଜଗାର ହେଉଥିଲେ ସବୁ କିଛି ଘର ପିଛା ଖର୍ଚ୍ଚ କରନ୍ତୁ ନାହିଁ । ବିଭିନ୍ନ କାମରୁ ଆସୁଥିବା ଟଙ୍କାକୁ ଭିନ୍ନ ଭିନ୍ନ ଉପାୟରେ ଅଲଗା କାର୍ଯ୍ୟରେ ବିନିଯୋଗ କରନ୍ତୁ ।

ଫାଇନାନ୍ସିଆଲ ଗୋଲ୍ ଧାର୍ଯ୍ୟ କରନ୍ତୁ:

ଯଦି ଆପଣ ଦରମାରୁ ପ୍ରତି ମାସ କିଛି ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଏହାକୁ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁରକ୍ଷିତ ରଖିପାରିବେ ନାହିଁ । ତେଣୁ ଆପଣଙ୍କ ଭବିଷ୍ୟତରେ କିଛି ଜିନିଷର ଆବଶ୍ୟକତାକୁ ନଜରରେ ରଖି ନିଜର ଏକ ଫାଇନାନ୍ସିଆଲ ଗୋଲ୍ ସେଟ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ପାଖରେ ସେଭିଙ୍ଗସ ପାଇଁ ଏକ ନିଶ୍ଚିତ ଟାର୍ଗେଟ ରହିବ ।

Get real time updates directly on you device, subscribe now.