fbpx

ଆଇପିଏଲର ୧୦୦୦ ତମ ମ୍ୟାଚରେ ଶତକ ହାସଲ କଲେ ଯଶସ୍ୱୀ ଯୈସ୍ବାଲ, ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୨୧୩

ଓଡ଼ିଶା ଭାସ୍କର: ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ଇତିହାସର ୧୦୦୦ ତମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲସ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୧୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୭ ଉଇକେଟ ହରାଇ ୨୧୨ ସ୍କୋର କରିଥିଲା। ରାଜସ୍ଥାନ ପାଇଁ ଯଶସ୍ୱୀ ଯୈସ୍ବାଲ ୫୩ ବଲରେ ଶତକ ହାସଲ କରିଥିଲେ।

ଏହା ସହିତ ସେ ଏହି ଆଇପିଏଲ୍ ସିଜନରେ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଭେଙ୍କଟେଶ ଆୟର୍ (କେକେଆର୍) ମଧ୍ୟ ଏକ ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ଯଶସ୍ୱୀ ଯୈସ୍ବାଲ ସର୍ବାଧିକ ୧୨୪ ରନ୍ ସଂଗ୍ରହ କରିଥିଲେ।

 

 

Get real time updates directly on you device, subscribe now.