fbpx

ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ଜିତିଲେ ରୌପ୍ୟ

ଭାରତ ତଥା ଓଡ଼ିଶାର ନୂଆ ଟ୍ରକ ଆଣ୍ଡ ଫିଲଡ ତାରକା ୧୭ ବର୍ଷୀୟ ବାପି ହାଁସଦା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ ୪୦୦ ମିଟର ବାଧା ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୫ ତମ ଯୁବ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୪୦୦ ମିଟର ବାଧା ଦୋୖଡରେ ବାପି ଏହି ସଫଳତା ପାଇଛନ୍ତି। ରୌପ୍ୟ ପଦକ ଜିତିବା ପାଇଁ ସେ ୫୧.୩୮ ସେକେଣ୍ଡ ନେଇ ନେଇଥିଲେ, ଯାହା ତାଙ୍କର ସର୍ବୋତମ ପ୍ରଦର୍ଶନ।

ବାପି ହାଂସଦାଙ୍କ ପଛକୁ ଶ୍ରୀଲଙ୍କାର କୁଦା ଲିଆନେଜ ଆୟୋମାଲ ୫୧.୪୦ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିବା ବେଳେ କତାରର ମହାମତ ଅବକର ଅବଦ୍ରାହମାନ ୫୦.୯୧ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ଜିତିଥିଲେ।

ବାପି ହାଂସଦାଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୁଭେଚ୍ଛା ଜଣାଇଛନ୍ତି।

Get real time updates directly on you device, subscribe now.