fbpx

(Video)ହାରିଲା ଚେନ୍ନାଇ, କିନ୍ତୁ ଧୋନୀଙ୍କ କାରନାମା ମନ ଜିତିନେଲା: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚରେ ପରାଜୟର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଏହି ମ୍ୟାଚରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଗୋଟିଏ କାମ ସମସ୍ତଙ୍କ ମନ କିଣି ନେଇଛି । ମାହିଙ୍କର ଏହି କାରନାମା ଦେଖି ଖୁସିରେ ପାଗଳ ହୋଇଯାଇଛନ୍ତି ହଜାର ହଜାର ଦର୍ଶକ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସମାନଙ୍କର ମନେ ପଡି ଯାଇଛି ପୁରୁଣା ଭିଣ୍ଟେଜ ମାହି ।

ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଡିଭନ୍ କନୱେଙ୍କ ଦମଦାର ପାଳି ବଳରେ ୨୦୦ ରନ୍ କରିଥିଲା ଟିମ ଚେନ୍ନାଇ । ତେବେ ଏହି ଇନିଂସରେ ଶେଷ ଓଭରର ପ୍ରଥମ ବଲରେ ପାଭିଲିୟନ ଫେରିଥିଲେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ତେବେ ଏହାପରେ ମଇଦାନକୁ ଆସିଥିଲେ ଫିନିସର ମାହି । ଶେଷ ୫ଟି ବଲରେ ସାରା ଦୁନିଆ ଦେଖିଥିଲା ଭିଣ୍ଟେଜ ମାହିଙ୍କର ପୁରୁଣା ରୂପ । ପୁଣିଥରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ଦେଖିଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଫିନିସରଙ୍କ ଆଉ ଏକ ଫିନିସିଙ୍ଗ ଷ୍ଟାଇଲ । ଶେଷ ଓଭରରେ ୪ଟି ବଲ ଖେଳିଥିଲେ ଧୋନୀ । ତେବେ ପ୍ରଥମ ଦୁଇଟି ବଲରେ ୧ ରନ୍ କରିଥିବା ବେଳେ ଶେଷ ଦୁଇଟି ବଲକୁ ବିଶାଳ ଛକାର ରୂପ ଦେଇଛନ୍ତି ଫିନସର ମାହି । ସାମ୍ କରନଙ୍କର ପଞ୍ଚମ ବଲକୁ ଅଫ ସାଇଡରେ ଛକା ମାରି ଥିବା ବେଳେ ଦ୍ୱିତୀୟ ବଲକୁ ମିଡ ୱିକେଟ ଉପରେ ଏକ ବିରାଟ ଛକା ମାରିଥିଲେ ।

ଧୋନୀଙ୍କର ଏହି ଟିକିଏ ଝଲକ ଦେଖିବା ପାଇଁ ଅନେକ ଲୋକ ଚାହିଁ ବସିଛନ୍ତି । କିନ୍ତୁ ଧୋନୀ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ନିଜେ ଖୁବ ପଛରେ ବ୍ୟାଟିଂ କରୁଥିବା ଏହି ସିଜନରେ ଦେଖାଯାଉଛି । ଯାହା କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରୁଛି । ତେବେ ଚେନ୍ନାଇ ଏହି ମ୍ୟାଚକୁ ଶେଷ ବଲ ପର୍ଯ୍ୟନ୍ତ ନେଇ ଯାଇଥିବା ବେଳେ ପଞ୍ଜାବ କିଙ୍ଗସ ଏଥିରେ ବିଜୟଲାଭ କରିଛି ।

Get real time updates directly on you device, subscribe now.