fbpx

Zomato ଆପରେ ଆସିଲା AI ସପୋର୍ଟ, ଏବେ ଚାଟବୋଟ କହିବ ଆପଣଙ୍କୁ କେତେବେଳେ, କିପରି ଏବଂ କଣ ଖାଇବା ଉଚିତ୍

ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ ଆପ ଜୋମାଟୋ ‘ ଜୋମାଟୋ ଏଆଇ’ ପ୍ରବର୍ତ୍ତନ କରିଛି । ଏହା ଏକ ଇଣ୍ଟେରାକ୍ଟିଭ୍ ଚାଟବୋଟ ଯାହା ଆପଣଙ୍କର ଖାଦ୍ୟ ଅର୍ଡର କରିବା ଅଭିଜ୍ଞତାକୁ ଅଧିକ ବ୍ୟକ୍ତିଗତ ଏବଂ ସୁବିଧାଜନକ କରିବ । ଏକ ବ୍ଲଗପୋଷ୍ଟରେ କମ୍ପାନୀ ଏହି ନୂଆ ଫିଚରକୁ ବୁଦ୍ଧିମାନ, ସହଜ ଏବଂ ଇଣ୍ଟେରାକ୍ଟିଭ୍ କରିଛି ଯାହା ଗ୍ରାହକଙ୍କୁ ଏପରି ଖାଦ୍ୟ ଚୟନ କରିବାକୁ ସାହାଯ୍ୟ କରିବ, ଯେଉଁଥିରେ ଗ୍ରାହକ କେତେ ଭୋକିଲା ଏବଂ ମୁଡ୍ ହିସାବରେ କେଉଁ ଖାଦ୍ୟ ବେଷ୍ଟ ହେବ ତାହା ଜଣାଇବ ।

ଜୋମାଟୋ ଏଆଇ ଅପ୍ ଭିତରେ ଇଣ୍ଟିଗ୍ରେଟ ଅଛି । ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଆପର ଲାଟେଷ୍ଟ ଭର୍ଜନକୁ ଇନଷ୍ଟଲ କରିବାକୁ ହେବ । ପ୍ରକୃତରେ ଜୋମାଟୋ ଗୋଲ୍ଡ କ୍ଲାଇଣ୍ଟସଙ୍କ ପାଖରେ ଏହି ଫିଚର ଉବଲବ୍ଧ ଅଛି । ଏହାରି ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପାଇଁ ସହାୟତା ନେଇପାରିବେ ।

ଜୋମାଟୋ ଏଆଇ ଆପରେ କେବଳ ଖାଦ୍ୟ ଅର୍ଡର କରିବା ନୁହେଁ ଏହା ବ୍ୟତୀତ ଏହାରି ମାଧ୍ୟମରେ ଆପଣ ଏହା ମଧ୍ୟ ଜାଣିପାରିବେ ଯେ, ମୌସୁମୀ, ମୁଡ ଏବଂ ଡାଏଟ୍ ହିସାବରେ ଆପଣଙ୍କ ପାଇଁ କଣ ଭଲ ରହିବ । ଯେପରି ଆପଣ ଜାଣିପାରିବେ ଯେ, ଆପଣ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ କି ନାହିଁ । ଏହା ବ୍ୟତୀତ ଆପଣ ଏହା ମଧ୍ୟ ଚାଟବୋଟରେ ପଚାରିପାରିବେ ବୁଲାବୁଲି ସମୟରେ ଆପଣ କଣ ଖାଇବେ ବା ନାହିଁ ।

Get real time updates directly on you device, subscribe now.