fbpx

ଓମିକ୍ରନ ପାଇଁ ବଦଳିଲା ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ସିଡ୍ୟୁଲ୍: ଜାଣନ୍ତୁ କ’ଣ କହିଲେ BCCI ସଚିବ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧୀରେଧୀରେ କାୟା ବିସ୍ତାର କରୁଥିବା ଓମିକ୍ରନ ଭାରିଆଣ୍ଟ କ୍ରିକେଟ ଜଗତକୁ ମଧ୍ୟ ଛାଡ଼ି ନାହିଁ । ଓମିକ୍ରନ ପାଇଁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରଭାବିତ ହେବାକୁ ଯାଉଛି । ଚଳିତ ମାସରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ, ମାତ୍ର ସିଡ୍ୟୁଲରେ କିଛି ପରିବର୍ତ୍ତନ କରାଯାଇଛି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହ ସୂଚନା ଦେଇଛନ୍ତି ।

ଭାରତ ଦକ୍ଷିଣ ଆଫ୍ରକା ଗସ୍ତରେ ଯାଇ ୧୭ ତାରିଖରୁ ନିଜର ଖେଳ ଆରମ୍ଭ କରିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ସେଠାରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଥିଲା । ମାତ୍ର ବର୍ତ୍ତମାନ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ନୂଆ ସିଡ୍ୟୁଲ ଅନୁଯାୟୀ, ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଟି-୨୦ ସିରିଜ୍ ଖେଳିବ ନାହିଁ, କେବଳ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜ୍ ଖେଳିବ । ଟି-୨୦ ସିରିଜକୁ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସଚିବ ସ୍ପଷ୍ଟ କରିଛନ୍ତି । ତେବେ କୋଭିଡ ଧୀରେଧୀରେ ବଢ଼ୁଥିବାର ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ସେ ନେଇ ରହିଥିବା ଦ୍ୱନ୍ଦ୍ୱ ଉପରୁ ଏବେ ପରଦା ହଟି ଯାଇଛି ।

Get real time updates directly on you device, subscribe now.