fbpx
BSKY
BJD MC SKY
BJD MS SKY

ପ୍ରଥମ ଥର ଦେଶ ବାହାରେ ଗର୍ଜିବେ ଭାରତୀୟ ନାରୀ ଶକ୍ତି, ଯୁଦ୍ଧ ଅଭ୍ୟାସରେ ଭାଗ ନେବେ ମହିଳା ଫାଇଟର ପାଇଲଟ୍

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ମହିଳା ଫାଇଟର ପାଇଲଟ୍ ଦେଶ ବାହାରେ ହେବାକୁ ଥିବା ଯୁଦ୍ଧ ଅଭ୍ୟାସରେ ଅଂଶଗ୍ରହଣ କରିବେ । ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଯୁଦ୍ଧ ଅଭ୍ୟାସରେ ଭାରତୀୟ ଦଳ ଅଂଶ ଗ୍ରହଣ କରିବେ । ଏହି ମହିଳା ପାଇଲଟ୍ ମାନେ ଫ୍ରାନ୍ସ ବାୟୁସେନା ବ୍ୟତୀତ ଭାରତ ଗସ୍ତରେ ଆସୁଥିବା ବିଦେଶୀ ବାହିନୀର ଦଳ ସହିତ ଯୁଦ୍ଧ ଅଭ୍ୟାସରେ ଭାଗ ନେଇଛନ୍ତି । ତେବେ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ମହିଳା ଫାଇଟରମାନେ ବିଦେଶରେ ନିଜର ଯୁଦ୍ଧ ଦକ୍ଷତା ପ୍ରଦର୍ଶନ କରିବେ ।

ସୂଚନାନୁସାରେ, ବାୟୁସେନାର ପ୍ରଥମ ତିନିଜଣ ମହିଳା ପାଇଲଟଙ୍କ ମଧ୍ୟରୁ ସ୍କ୍ୱାଡ୍ରନ୍ ଲିଡର ଅବନୀ ଚତୁର୍ବେଦି ଏହି ଯୁଦ୍ଧ ଅଭ୍ୟାସରେ ପ୍ରତିଭାଗ କରିବା ପାଇଁ ଖୁବ୍ ଶୀଘ୍ର ଜାପାନରେ ପହଞ୍ଚିିବେ । ଅବନୀ ହେଉଛନ୍ତି ଏସୟୁ-୩୦ଏମକେଆଇର ଫାଇଟର ପାଇଲଟ୍ । ଅବନୀଙ୍କ ବ୍ୟାଚମେଟ୍ ସ୍କ୍ୱାଡ୍ରନ୍ ଲିଡର ଭାବନା କଣ୍ଡ ଏସୟୁ-୩୦ଏମକେଆଇ କୁ ଭାରତୀୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମାରାତ୍ମକ ତଥା ସର୍ବୋତ୍ତମ ପ୍ଲାଟଫର୍ମ ବୋଲି ସୂଚାଇଛନ୍ତି ।

ବାୟୁସେନା ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନିଆ ଯୁଦ୍ଧ ଅଭ୍ୟାସ ବୀର୍ ଗର୍ଜିଆନ୍ ୨୦୨୩’ ୧୬ ଜାନୁୟାରୀ ରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଓମିଟାମାର ହ୍ୟାକୁରି ଏୟାର ବେସ୍ ଏବଂ ଏହାର ଆଖପାଖର ଏୟାରଫିଲ୍ଡ ଏବଂ ସାୟାମାର ଇରୁମା ଏୟାର ବେସରେ ଆୟୋଜିତ ହେବ ।

Get real time updates directly on you device, subscribe now.