fbpx

ସକାଳର ଏହି ଖରାପ ଅଭ୍ୟାସ ପାଇଁ ଅଣ୍ଟାରେ ବଢିଯାଏ ଚର୍ବି, ଦୂରେଇ ରୁହନ୍ତୁ ଏହି ଜିନିଷ ଠାରୁ

ଆପଣଙ୍କ ସକାଳ ଯଦି ଭଲ ହୁଏ ତେବେ ସମ୍ପୂର୍ଣ୍ଣ ଦିନ ମଧ୍ୟ ଭଲରେ ଯାଇଥାଏ । ସେଥିପାଇଁ ସକାଳର ସବୁ ଜିନିଷ ଭଲ ହେବା ନିହାତି ଆବଶ୍ୟକ । ଏହା ମାନସିକ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶାରୀରିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ କାମ କରିଥାଏ । ଅନ୍ୟପଟେ ସକାଳ ଆଲାରାମ ବାଜିଲା ପରେ ମଧ୍ୟ ନ ଉଠିବା, ସକାଳୁ ଉଠି ଚା କିମ୍ବା କଫି ପିଇବା, ଜଳଖିଆ ନ କରିବା ଇତ୍ୟାଦି କାମ ଶରୀରକୁ କ୍ଷତି ପହଁଚାଇଥାଏ । ଏହାଦ୍ୱାରା ଶରୀରରେ ଓଜନ ବଢିଥାଏ । ହେଲେ ଶରୀରରେ ଓଜନ ବଢିବା ସହ ଆମ ଅଣ୍ଟାରେ ମଧ୍ୟ ଚର୍ବି ଲାଗିଯାଇ ଅସୁନ୍ଦର ଦେଖାଯାଏ ଏବଂ ଏହାକୁ କମାଇବା କାଠିକର ପାଠ ହୋଇଯାଏ । ସେଥିପାଇଁ ଚାଲନ୍ତୁ ଜାଣିବା କେଉଁ ଖରାପ କାମ କରିବା ଦ୍ୱାରା ଅଣ୍ଟାରେ ଚର୍ବି ବଢିଥାଏ ଏବଂ ତାହା ଠାରୁ ଦୂରେଇ ରହିବା ।

-ସାଧାରଣତଃ ଜଣେ ମଣିଷ ୭ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ହେଲେ ଏହାଠାରୁ ଅଧିକ କିମ୍ବା କମ ଶୋଇବା ଆମ ଶରୀର ପ୍ରତି କ୍ଷତିକାରକ ଅଟେ । ଏହାଦ୍ୱାରା ଆମ ଶରୀରର ଓଜନ ବଢିବାରେ ଲାଗିଥାଏ । ଯଦି ଆପଣ ବିଳମ୍ବ ସକାଳ ପର୍ଯ୍ୟନ୍ତ ଶୋଉଛନ୍ତି ତେବେ ଠିକ ସମୟରେ ଆପଣ ଜଳଖିଆ କରିପାରୁନାହାନ୍ତି । ଯାହାଦ୍ୱାରା ଆପଣଙ୍କ ମେଟାବଲିଜିମ ଉପରେ ଏହାର ଖରାପ ପ୍ରଭାବ ପଡୁଛି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ୯-୧୦ ଘଣ୍ଟା ଶୋଇବା ୨୧ ପ୍ରତିଶତ ମୋଟା ହେବା ଆଶଙ୍କା ବଢାଇଥାଏ ।

-ଏକ୍ସପର୍ଟମାନେ କହିଛନ୍ତି ଯେ, ସକାଳୁ ଉଠିବା ମାତ୍ରେ ୧-ଗ୍ଲାସ ପାଣି ପିଇବା ଆବଶ୍ୟକ , ଏହାଦ୍ୱାରା ଆପଣ ପୁରା ଦିନ ହାଇଡ୍ରେଟ ହୋଇ ରହିବେ । ଯଦି ସକାଳୁ ଉଠି ପାଣି ପିଉନାହାନ୍ତି ତେବେ ଆପଣଙ୍କ ଓଜନ ବଢିବାର ଆଶଙ୍କା ଅଧିକ ରହିବ ।

– ଆପଣ ସକାଳୁ ହାଇ ପ୍ରୋଟିନ ଜଳଖିଆ କରିପାରିବେ । ଏହା ଓଜନ କମାଇବାରେ ଅଧିକ ସହାୟକ ହୋଇଥାଏ । ଅନ୍ୟପଟେ ଲୋକେ ସକାଳୁ ଉଠି ହାଇ ଫ୍ୟାଟ, ହାଇ ସୋଡ଼ିୟମର ବ୍ରେକ ଫାଷ୍ଟ କରୁଛନ୍ତି । ଯାହା ଆମ ଶରୀରର ଓଜନକୁ ବଢାଇଥାଏ ।

– ବହୁତ ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ ଖାଦ୍ୟ ଧରି ଟିଭି କିମ୍ବା ଲାପଟପ ଆଗରେ ବସିଯିବେ । ପ୍ରକୃତରେ ଏହା କରିବା ଦ୍ୱାରା ଅଣ୍ଟାରେ ଚର୍ବି ଲାଗିଯାଏ । ଯାହାକୁ କମାଇବା କାଠିକର ପାଠ ହୋଇଯାଏ । ସେଥିପାଇଁ ଟିଭି ନ ଦେଖି ଖାଦ୍ୟ ଖାଇସାରିବା ପରେ ଟିକେ ଚଲାବୁଲା କରିବା ନିହାତି ଆବଶ୍ୟକ ।

– ସକାଳୁ ଉଠୁ ଉଠୁ ଚିନି ଦ୍ୱାରା ପ୍ରସ୍ତୁତ କଫି କିମ୍ବା ଚା କୁ ପିଅନ୍ତୁ ନାହିଁ । ଓଜନ କମାଇବା ପାଇଁ ଆପଣ ସୁଗାର ଫ୍ରି ର ସୋୟା ମିଲକ, ବାଦାମ ମିଲ୍କ ଏବଂ ଓଟ୍ସକୁ ମିଶାଇ ଖାଇପାରିବେ ।

-ସକାଳୁ ସକାଳୁ ୱାର୍କ ଆଉଟ ନ କରିବା ଦ୍ୱାରା ଆମ ଶରୀରେ ଚର୍ବି ଲାଗିଯାଇଥାଏ । ତେଣୁ ସର୍ବଦା ସକାଳୁ ଉଠି କିଛି ନା କିଛି ଏକ୍ସରସାଇଜ କିମ୍ବା ଯୋଗ କରନ୍ତୁ ।

Get real time updates directly on you device, subscribe now.