fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ, ଶାନ୍ତ ହେବେ ଶନି କଟିବ ଦଶା

ଭୁବନେଶ୍ୱର:ରାଜ୍ୟ ବାହାରେ ଯାଇ ମନ୍ତ୍ରୀ କରିଲେ ଦାନ । ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ସମୟରେ ଦାମି କାର କିଣି ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ପୁଣି ଥରେ ସୁନା କଳସ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ମନ୍ତ୍ରୀ ଏହି କଥାକୁ ଗୋପନ କରିବା ପାଇଁ ଚେଷ୍ଟା କରିଥିବା ସୂଚନା ମିଳୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି ।
ସୂଚନାମୁତାବକ ଶନି ଶିଙ୍ଗାନାପୁର ମନ୍ଦିରକୁ ମନ୍ତ୍ରୀ ନବ ଦାସ ଏହି ସୁନା କଳସ ଦାନ କରିଛନ୍ତି । ତାଙ୍କ ସହିତ ତାଙ୍କ ମଧ୍ୟ ଝିଅ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ୧୭ଶହ ଗ୍ରାମ ସୁନା ଏବଂ ୫କେଜି ରୂପାରେ ଏହି ସୁର୍ବଣ୍ଣ କଳସ ତିଆରି କରାଯାଇଛି । ଉଭୟ ନବଦାସ ଏବଂ ତାଙ୍କ ଝିଅଙ୍କ ନାମରେ ଏହି ସହି ଦାନ କରାଯାଇଛି ।

Get real time updates directly on you device, subscribe now.