fbpx

ଏଥିପାଇଁ ତ ମଣିଷଠୁ ମଣିଷକୁ ଡେଉଁଛି ଡେଙ୍ଗୁ, ଏହିସବୁ ଜିନିଷ ଦାୟୀ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଜଣେ ବ୍ୟକ୍ତିକୁ ଡେଙ୍ଗୁ ଏଡିଜ ଏଜିପ୍ଟି ମଶା କାମୁଡିଲେ ହୋଇଥାଏ । ଏହି ମଶା ସେହିସମୟରେ ସଂକ୍ରମିତ ହୋଇଥାଏ, ଯେତେବେଳେ ସଂକ୍ରମିତ ବ୍ୟକ୍ତିର ରକ୍ତ ଶୋଷିଥାଏ । ଏହାବାଦ ସେହି ମଶା ଗୋଟିଏ ସପ୍ତାହ ପରେ ପୁନଃ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ମୌସୁମୀ ବଦଳିବା ସହ ଧୀରେ ଧୀରେ ଡେଙ୍ଗୁର ପ୍ରକୋପ ବଢିଚାଲେ । ତାହାସହ ଲୋକଙ୍କ ମଧ୍ୟରେ ଭୟାବହତା ମଧ୍ୟ ବୃଦ୍ଧି ହୁଏ । ସେଥିପାଇଁ ସ୍ୱାସ୍ଥ୍ୟବିଶେଷଜ୍ଞମାନେ ଲୋକଙ୍କୁ ଡେଙ୍ଗୁ ଜ୍ୱରଠୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି । ଯଦିବା ଅପରିଷ୍କାର ସ୍ଥାନରେ ମଶା ବେଶୀ ବଂଶବିସ୍ତାର କରିଥାଏ । ତଥାପି ବିନା ଅପରିଷ୍କାର ସ୍ଥାନରେ ବି ମଶା ଡେଙ୍ଗୁ ବ୍ୟାପିବାରେ ମୁଖ୍ୟ ଭୂମିକା ନିର୍ବାହ କରେ । ତେବେ କେମିତି!

ଡେଙ୍ଗୁ ଜ୍ୱର ୪ ପ୍ରକାର ଭାଇରସ କାରଣରୁ ହୁଏ । ଜଣେ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ଆକପାଖରେ ରହିଲେ କେବେ ଡେଙ୍ଗୁ ହୋଇ ନଥାଏ । କେବଳ ଯଦି ଡେଙ୍ଗୁ ମଶା କାମୁଡେ,ତେବେ ଏହି ରୋଗ ଜଣକୁ ବ୍ୟାପେ । ସେଥିପାଇଁ ମଶାରୀ ବ୍ୟବହାର କରିବା ସହ ଘର ଓ ଆଖପାଖକୁ ପାଣି ଜମା ହେବାଠୁ ରକ୍ଷା କରନ୍ତୁ । ଏହାବାଦ କୁଲରର ପାଣିକୁ ପ୍ରତିଦିନ ବଦଳାନ୍ତୁ । ପାଣି ଟାଙ୍କିକୁ ବି ଢାଙ୍କିକି ରଖନ୍ତୁ । ଏତତବାଦ କୀଟନାଶକ ଓ ଲାର୍ଭାନାଶ ଔଷଧର ମଧ୍ୟ ବ୍ୟବହାର କରିପାରିବେ । ସ୍ୱାସ୍ଥ୍ୟକର ଖାଦ୍ୟ ସାଙ୍ଗକୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଉତ୍ତମ ଜୀବନଶୈଳୀର ସହ ଯାଆନ୍ତୁ ।

ଡେଙ୍ଗୁ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ । ଅଧିକରୁ ଅଧିକ ପାଣି ସହ ପଇଡ ପିଅନ୍ତୁ । ଏହାବାଦ ଶରୀରରକୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ଆବଶ୍ୟକ । ଏତତବାଦ ଡେଙ୍ଗୁ ଗମ୍ଭୀର ହେଲେ ବ୍ଲଡ, ପ୍ଲେଟଲେଟ ଟ୍ରାନ୍ସଫ୍ୟୁଜନ ଓ ଅମ୍ଲଜାନ ମଧ୍ୟ ଦେଇପାରନ୍ତି ଡାକ୍ତର । ଏହା ମଣିଷର ଅଙ୍ଗକୁ ବି ଖରାପ କରିପାରେ । ଡେଙ୍ଗୁରେ ପୀଡିତ ମହିଳା ଗର୍ଭବତୀ ଥିଲେ ନିଜ ସନ୍ତାନଙ୍କୁ ଏହା ପ୍ରଭାବ ପକାଏ । ସେଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି ।୧୦୪ ଡିଗ୍ରୀ ଫାରେନହାଇଟ ( ୪୦ ଡିଗ୍ରୀ ସେଲସିୟସ ) ଜ୍ୱର ହେଲେ ଏହା ଡେଙ୍ଗୁର ସଂକେତ ପ୍ରଦାନ କରେ । ଏହାବାଦ ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀରେ କଷ୍ଟ ହେବା ଭଳି ଲକ୍ଷଣ ଡେଙ୍ଗୁ ଆଡକୁ ଇଙ୍ଗିତ କରେ । ଏଭଳି ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.