fbpx

୩୩ ବର୍ଷ ତଳେ କ’ଣ ଭୁଲ୍ କରିଥିଲେ ସିଦ୍ଧୁ, ଯେଉଁଥିପାଇଁ ଆଜି ଭୋଗିବେ ଏକ ବର୍ଷର ଜେଲଦଣ୍ଡ: ଜାଣନ୍ତୁ ୧୯୮୮ ମସିହା ଡିସେମ୍ବର ୨୭ରେ କ’ଣ ଘଟିଥିଲା

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କର ପରିସ୍ଥିତି ଆଜିକାଲି ଠିକ୍ ଚାଲୁନାହିଁ । ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ । ଏବେ ୩୩ ବର୍ଷର ତଳର ଏକ ପୁରୁଣା ମାମଲାରେ ତାଙ୍କୁ ଏକ ବର୍ଷ ଜେଲଦଣ୍ଡ ଘୋଷଣା ହୋଇଛି । ଏହି ଘଟଣାଟି ଗତ ୧୯୮୮ ମସିହା ଡିସେମ୍ବର ମାସ ୨୭ ତାରିଖରେ ଘଟିଥିଲା । ତେବେ ବର୍ତ୍ତମାନ ସିଦ୍ଧୁ ଆତ୍ମସମର୍ପଣରୁ ବର୍ତ୍ତିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ତାଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରେ ।

ଅତୀତରେ ଘଟିଥିବା ଏକ ଛୋଟ ବିବାଦ କାରଣରୁ ଆଜି ସିଦ୍ଧୁଙ୍କୁ ଜେଲର ଦ୍ୱାର ଦେଖିବାକୁ ପଡ଼ିବ । ୧୯୮୮ ମସିହା ଡିସେମ୍ବର ୨୭ ସନ୍ଧ୍ୟାରେ ସିଦ୍ଧୁ ତାଙ୍କର ବନ୍ଧୁ ରୂପିନ୍ଦର ସିଂହ ସନ୍ଧୁଙ୍କ ସହ ପଟିଆଲାର ଶେରାୱାଲେ ଗେଟର ମାର୍କେଟରେ ଥିଲେ । ଉକ୍ତ ମାର୍କେଟ ତାଙ୍କ ଘର ଠାରୁ ୧.୫ କିମି ଦୂରରେ ଅବସ୍ଥିତ ଥିଲା । ସେ ସମୟରେ ସିଦ୍ଧୁ ପ୍ରାୟ ଏକ ବର୍ଷ ହେଲା ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରର ଶୁମ୍ଭାରମ୍ଭ କରିଥିଲେ । ତେବେ କୌଣସି କାରଣରୁ ପାର୍କିଂ ସ୍ଥଳରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଗୁରନାମ ସିଂହଙ୍କ ସହ ସିଦ୍ଧୁଙ୍କର ମାରପିଟ୍ ହୋଇଥିଲା । ତେବେ ଉକ୍ତ ଗଣ୍ଡଗୋଳରେ ସିଦ୍ଧୁ ଗୁରନାମଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଗୁରୁନାମଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲରେ ସିଦ୍ଧୁଙ୍କ ନାମରେ ପଟିଆଲା ଜିଲ୍ଲାରେ ଏଫଆଇଆର ଦାୟର ହୋଇଥିଲା ।

୧୯୯୯ ମସିହା ସେପ୍ଟେମ୍ବର ୨୨ରେ ପଟିଆଲା ଟ୍ରାଏଲ କୋର୍ଟ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ମୁକ୍ତ କରିଦେଇଥିଲା । ମାତ୍ର ପୁଣି ୨୦୨୨ରେ ପଞ୍ଜାବ ସରକାରଙ୍କ ଅପିଲ ଓ ଅଭିଯୋଗ ପରେ ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା । ଦୁହିଁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ଏକ ଲକ୍ଷ ଲେଖାଏଁ ଜରିମାନା ଲାଗୁ କରିଥିଲେ ହାଇକୋର୍ଟ । ୨୦୦୭ରେ ପୁଣି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଗୁରନାମଙ୍କୁ ଆଘାତ ଦେଇଥିବା କାରଣରୁ ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜରିମାନା ଲାଗୁ ହୋଇଥିଲା । ୨୦୧୮ରେ ପୁଣି ପୀଡ଼ିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ୟାଚିକା ଦାୟର ହୋଇଥିଲା । ଗତ ମେ ୧୯ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ରୋଡ଼ ରେଜ ମାମଲରେ ଏକ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ।

Get real time updates directly on you device, subscribe now.