ଦୁଇ ଦିନିଆ ଚୀନ୍ ଗସ୍ତରେ ଯିବେ ଭାରତୀୟ ବୈଦେଶିକ ସଚିବ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରିପାରନ୍ତି ଆଲୋଚନା

ଆସନ୍ତା ୨୬ଏବଂ ୨୭ ତାରିଖରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ବେଜିଂ ଗସ୍ତ କରିବେ । ଭାରତ- ଚୀନ୍ ସମ୍ପର୍କକୁ ନେଇ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଅଲୋଚନା ।

ନୂଆଦିଲ୍ଲୀ: ଦୁଇ ଦିବସୀୟ ଚୀନ୍ ଗସ୍ତରେ ଯିବେ ଭାରତୀୟ ବୈଦେଶିକ ସଚିବ ସଚିନ୍ ମିସ୍ତ୍ରୀ ।

ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଗସ୍ତ କେବେ?

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଜାରି କରାଯାଇଥିବା ଅଧିକାରିକ ସୂଚନା ଅନୁଯାୟୀ ଆସନ୍ତା ୨୬ଏବଂ ୨୭ ତାରିଖରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ବେଜିଂ ଗସ୍ତ କରିବେ ।

ଏହି ଦୁଇ ଦିନିଆ ଗସ୍ତ ସମୟରେ ସେ ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ତିକ୍ତତାକୁ ଦୂର କରିବା ଦିଗରେ ପ୍ରୟାସ କରିପାରନ୍ତି ।

କେବେ ହୋଇଥିଲା ଚୁକ୍ତିନାମା?

ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଉଭୟ ଦେଶ ମଧ୍ୟରେ ତିକ୍ତତା ହ୍ରାସ ପାଇଁ ପ୍ରୟାସକୁ ନେଇ ବୁଝାମଣା ହୋଇଥିଲା ।

ଏହା ଅନ୍ତର୍ଗତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଡିସେମ୍ବରରେ ଚୀନ୍ ଗସ୍ତ କରିଥିଲେ ।

ଏହି ଚୁକ୍ତିନାମା ଅନୁଯାୟୀ ବୈଦେଶିକ ସଚିବ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ପ୍ରୟାସ ରହିଛିି ।

କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

ମିସ୍ତ୍ରୀଙ୍କ ଗସ୍ତ ସମୟରେ ସୀମାପାର ସହଯୋଗ ଏବଂ ଆଦାନପ୍ରଦାନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏଥିରେ କୈଳାସ ମାନସରୋବର ଯାତ୍ରାର ପୁନଃଆରମ୍ଭ, ସୀମାପାର ନଦୀ ଏବଂ ସୀମା ବାଣିଜ୍ୟ ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ ଅନ୍ତର୍ଭୁକ୍ତ।

ଚୀନ୍ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଏବଂ ଚୀନ୍ ନାଗରିକଙ୍କୁ ଅଧିକ ଭିସା ପ୍ରଦାନ କରିବା ପାଇଁ ଭାରତ ଉପରେ ଚାପ ପକାଉଛି। ସେହି ସମୟରେ, ଭାରତ ୟାରଲୁଙ୍ଗ ଜାଙ୍ଗବୋ ନଦୀର ତଳ ଅଞ୍ଚଳରେ ଏହାର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ଉପରେ ଚୀନକୁ ସ୍ପଷ୍ଟ ଭାବରେ କହିବାକୁ ଚେଷ୍ଟା କରୁଛି।

ପ୍ରକାଶ ଥାଉକି, ଚୀନ୍ ପୂର୍ବରୁ ପ୍ରତିଶ୍ରୁତି ଦେଇସାରିଛି ଯେ ଏହି ପ୍ରକଳ୍ପ ଭାରତର ତଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳ ପ୍ରବାହକୁ ପ୍ରଭାବିତ କରିବ ନାହିଁ।