“ବିଦେଶୀଙ୍କୁ ଚିହ୍ନଟ କରାଯାଇ କଟାଯିବ ରାସନ କାର୍ଡ”
ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ବାଂଲାଦେଶୀ, ପାକିସ୍ତାନୀ କିମ୍ୱା ମିଆଁମାର ହୁଅନ୍ତୁ। ରାସନ କାର୍ଡ କଟିବ।
ଭୁବନେଶ୍ୱର: କଟାଯିବ ବେଦିଶୀଙ୍କ ରାସନ କାର୍ଡ। ଯେଉଁମାନେ ବିଦେଶରୁ ଆସି ଓଡ଼ିଶାରେ ରହୁଛନ୍ତି। ଏବଂ ଓଡ଼ିଶାର ନାଗରିକ ଭାବରେ ରାସନ କାର୍ଡରେ ରାସନ ପାଉଛନ୍ତି। ସେମାନେ ସମସ୍ତଙ୍କର ରାସନ କାର୍ଡ କାଟିବେ ସରକାର।
ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ବିଶେଷ କରି ଯେଉଁସବୁ ବାଂଲାଦେଶୀ, ପାକିସ୍ତାନୀ କିମ୍ୱା ମିଆଁମାରର ଲୋକ ଓଡ଼ିଶାରେ ଅଛନ୍ତି। ଆଉ ସେମାନେ ରାସନ କାର୍ଡ ପାଇଛନ୍ତି। ସେମାନେ ସମସ୍ତଙ୍କର କାର୍ଡ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ବିଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ରାସନ କାର୍ଡ କଟାଯିବ। ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଲାଦେଶୀ, ପାକିସ୍ତାନୀ କିମ୍ୱା ମିଆଁମାର ହୁଅନ୍ତୁ। ରାସନ କାର୍ଡ କଟିବ। ରାସନ କାର୍ଡ ହାତେଇଥିଲେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।