୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି ଛେଚା ଖାଇଲେ ଫରେଷ୍ଟର

ନାବାଳିକା ଉପରେ ପାପ ଦୃଷ୍ଟି ପକାଇଥିଲା ପିଶାଚ ଫରେଷ୍ଟର। ଆଉ ପ୍ରଲୋଭନ ଦେଖାଇ ୧୨ ବର୍ଷର ଝିଅକୁ ଘରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲା ଆଉ ପରେ ଥାନାକୁ ମଧ୍ୟ ଗଲା।

ରାୟଗଡା: ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଧରାପଡି ଛେଚା ଖାଇଲେ ଫରେଷ୍ଟର। ଶେଷରେ ବନ୍ଧା ହୋଇ ଜେଲ ଗଲେ। ହଁ ଜଣେ ୧୨ ବର୍ଷୀୟା ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲେ ଜଣେ କାର୍ଯ୍ୟରତ ଫରେଷ୍ଟର।

ଆଉ ନାବାଳିକାର ସାଙ୍ଗରେ ଥିବା ଆଉ ଜଣେ ଏହି ଘଟଣା ପୀଡିତାର ପରିବାର ଲୋକଙ୍କୁ ଯାଇ କହିଦେଇଥିଲେ। ଫଳରେ ନାବାଳିକା ଝିଅ ସହ କିଛି ଖରାପ ହେବା ପୂର୍ବରୁ ଫରେଷ୍ଟରକୁ ଧରି ପକାଇଥିଲେ ପରିବାର ଲୋକ। ଏହାସହ ଗ୍ରାମବାସୀ ମଧ୍ୟ ଫରେଷ୍ଟରକୁ ଧରି ନିର୍ଧୁମ ଛେଚିଥିଲେ।

ତେବେ ଘଟଣାଟି ହେଉଛି ନରସିଂହ ପାତ୍ର ଗୁଡ଼ାରୀ ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ଅଞ୍ଚଳର। କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ନରସିଂହ ନିଜ ଦେହର ଭୋକ ମାରିବାକୁ ଏକ ନାବାଳିକା ଝିଅ ଉପରେ ଆଖି ପକାଇଥିଲା।

ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲେ।

ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ। ପରିବାରବର୍ଗ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ଏହା ପରେ ଗ୍ରାମବାସୀ ନରସିଂହଙ୍କୁ କାବୁ କରି ମାଡ଼ ମାରିଥିଲେ। କେନ୍ଦୁଗୁଡା ଫାଣ୍ଡି ପୁଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନରସିଂହଙ୍କୁ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି।