fbpx

ବିଜେପିରେ ମିଶିଲେ ଆପ୍‌ର ପୂର୍ବତନ ବିଧାୟକ, ଦଳବିରୋଧୀ କାର୍ଯ୍ୟ ଲାଗି ହୋଇଥିଲେ ନିଲମ୍ବିତ

Advertisement

ନୂଆଦିଲ୍ଲୀ:ଲକ୍ଷ୍ମୀନଗରରୁ ଆମ୍ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ନିତିନ ତ୍ୟାଗୀ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ଓ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ନିତିନ ତ୍ୟାଗୀ ବିଜେପିରେ ଯୋଗ ଦେଇଛନ୍ତି ।

ଲୋକସଭା ନିର୍ବାଚନ ସମୟରେ ପାର୍ଟି ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳ ତାଙ୍କୁ ନିଲମ୍ବନ କରି ଦେଇଥିଲା । ଆପ୍‌ର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଯେତେବେଳେ ତାଙ୍କୁ ନିଲମ୍ବନ କରିଥିଲେ ସେତେବେଳେ କୁହାଯାଇଥିଲା କି ଲୋକସଭା ନିର୍ବାଚନ ସମୟରେ ସେ ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିଲେ । ଏହି କାରଣରୁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରାଯିବାକୁ ନିର୍ଣ୍ଣୟ ନିଆଯାଇଥିଲା ।

ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲେ ନିତିନ ତ୍ୟାଗୀ । ସେ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ଏହି ଯୋଜନାରୁ ନିଜକୁ ଅଲଗା କରି ନେଇଥିଲେ ଓ କହିଥିଲେ କି ଦଳ ମିଛ ପ୍ରଚାର କରୁଛି । କେବଳ ନିର୍ବାଚନ ଜିତିବା ଲାଗି ଆପ୍ ଏପରି ମିଥ୍ୟା ପ୍ରଚାର କରୁଛି ବୋଲି ସେ କହିଥିଲେ ।

Get real time updates directly on you device, subscribe now.