fbpx

(Video) ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ କ୍ଲାର୍କଙ୍କୁ ଚାପୁଡ଼ା: ଧୋକ୍କା ଦେବା ପରେ ସ୍ଥାନ, କାଳ ମାନିଲେନି ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ଅନେକ ସମୟରେ କଳାକାର, କ୍ରିକେଟର, ରାଜନେତାଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏପରି କିଛି ଘଟିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ମାଇକେଲ କ୍ଲାର୍କଙ୍କ ସହ । କ୍ଲାର୍କଙ୍କୁ ତାଙ୍କର ଗାର୍ଲଫ୍ରେଣ୍ଡ ଜେଡ ୟାରବ୍ର ସର୍ବସାଧାରଣରେ ଚାପୁଡ଼ା ମାରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ କ୍ଲାର୍କ ତାଙ୍କୁ ଧୋକ୍କା ଦେଇଥିବାରୁ ପ୍ରେମିକା ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କ୍ଲାର୍କ ତାଙ୍କୁ ଧୋକ୍କା ଦେଇଥିବା ନେଇ ଗାର୍ଲଫ୍ରେଣ୍ଡ ଜେଡ ଅଭିଯୋଗ କରିଥିଲେ । ମାତ୍ର କ୍ଲାର୍କ ଏହି ଅଭିଯୋଗକୁ ଅଗ୍ରାହ୍ୟ କରୁଥିବା ଭିଡିଓରେ ଦେଖାଯାଇଥିଲା । ‘ମୁଁ କସମ ଖାଉଛି ଏହା ସତ ନୁହେଁ । ମୁଁ ନିଜ ଝିଅର ଜୀବନର କସମ ଖାଉଛି’ ଏପରି କ୍ଲାର୍କ କହୁଥିବା ଶୁଣାଯାଉଥିଲା । ନିକଟରେ କ୍ଲାର୍କ, ଜେଡ ଓ ତାଙ୍କ ଭଉଣୀ ଜସ୍ମିନ, ଜସ୍ମିନଙ୍କ ପତି କାର୍ଲ ଷ୍ଟେଫନୋଭିକ ଏକତ୍ର ଛୁଟି କଟାଇବାକୁ ଯାଇଥିଲେ । ଚାରିଜଣ ଯାକ ଏକାଠି ବସି ଡିନର କରୁଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା । ଜନ୍ମିନ ଅଷ୍ଟ୍ରେଲିଆର ଜଣେ ପ୍ରସିଦ୍ଧ ଟିଭି ଉପସ୍ଥାପିକା ଅଟନ୍ତି ।

ପୂର୍ବରୁ ଅନେକ ବିବାଦ ସହିତ କ୍ଲାର୍କଙ୍କ ନାମ ଯୋଡ଼ି ହୋଇ ରହିଥିଲା । ଗତ ୨୦୧୭ରେ ମଡେଲ ଲାରା ବିଙ୍ଗଲଙ୍କ ସହିତ କ୍ଲାର୍କ ଡେଟିଂରେ ରହିଥିଲେ । ୨୦୧୦ରେ ବିଙ୍ଗଲଙ୍କ ଶାୱର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦୁହେଁ ଅଲଗା ହୋଇଯାଇଥିଲେ । ୨୦୧୨ରେ କ୍ଲାର୍କ ତାଙ୍କର କ୍ଲାସମେଟ କାଇଲୀ ବୋଲଡୀଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୫ରେ ଦମ୍ପତି ଏକ ଶିଶୁଙ୍କୁ ସ୍ୱାଗତ କରିଥିଲେ । ମାତ୍ର ୨୦୨୦ରେ ଦୁହିଁଙ୍କର ତଲାକ ହୋଇଯାଇଥିଲା । ଏହାପରେ ଫ୍ୟାଶନ ଡିଜାଇନର ପିପ ଏଡୱାର୍ଡସଙ୍କୁ ଡେଟ୍ କରିଥିଲେ କ୍ଲାର୍କ । ମାତ୍ର ପରେ ସେମାନେ ମଧ୍ୟ ଅଲଗା ହୋଇଯାଇଥିଲା । ପୋଲିସ ଏବେ ଏହି ମାମଲାର ଯାଞ୍ଚ କରୁଛି । ସୂଚନାଯୋଗ୍ୟ ଯେ, କ୍ଲାର୍କଙ୍କ ଅଧିନାୟକତ୍ୱରେ ଗତ ୨୦୧୫ରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱ ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.