ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ,୧୫ା୬: ରବିବାର ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ଝିଅ କାର୍‌ରେ ଆସୁଥିବାବେଳେ ଆଉ ଏକ କାର୍‌ ସହ ଧକ୍କା ହୋଇଥିଲା। ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଛନ୍ତି। ଏନ୍‌ଏଚ୍‌ ୫୫ ହଣ୍ଡପା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଜଣଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।