fbpx

ଧୋନୀଙ୍କର ସେହି ନିଷ୍ପତ୍ତି ବଦଳାଇ ଦେଲା ଦଳର ଭାଗ୍ୟ: ମନେ ପକାଇଲେ ପୂର୍ବତନ କୋଚ

ନୂଆଦିଲ୍ଲୀ: ଭାରତର ଷ୍ଟାର ଓପନର କେ.ଏଲ ରାହୁଲ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ତାଙ୍କର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଟିମ ମ୍ୟାନେଜମେଣ୍ଟ କିଛି ଖେଳାଳିଙ୍କୁ ଟପ୍ ଅର୍ଡରରେ ଟ୍ରାଏଲ ନେଉଛି । କିନ୍ତୁ ଏହାରି ମଧ୍ୟରେ ଦଳର ପୂର୍ବତନ ଫିଲ୍ଡିଂ କୋଚ ଶ୍ରୀଧର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନୀଙ୍କୁ ମନେ ପକାଇଛନ୍ତି । ଧୋନୀଙ୍କର ସେହି ଗୋଟିଏ ନିଷ୍ପତ୍ତି ଯାହା ଭାରତର ଭାଗ୍ୟ ଭବିଷ୍ୟ ବଦଳାଇ ଦେଇଥିଲା, ତାହାକୁ ମନେ ପକାଇଛନ୍ତି ଶ୍ରୀଧର ।

ଇଂଲଣ୍ଡ ବିପକ୍ଷରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓପନିଙ୍ଗ କରୁଥିବାର ଦେଖାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ସୂର୍ଯ୍ୟକୁମାର ଯାଦବ ରୋହିତଙ୍କ ସହ ଓପନ କରୁଛନ୍ତି । ୨୦୧୩ ମସିହାରେ ଧୋନୀଙ୍କର ଗୋଟିଏ ନିଷ୍ପତ୍ତି ଆଜି ରୋହିତ ଶର୍ମାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଓପନର ଭାବେ ବଦଳାଇ ଦେଇଛି । ରୋହିତଙ୍କୁ ଦଳର ଓପନର ଭାବରେ ଖେଳାଇବା ପାଇଁ ଧୋନୀଙ୍କର ନିଷ୍ପତ୍ତି ଖୁବ ଶୁଭଙ୍କର ଏବଂ ଦଳକୁ ଖୁବ ଭଲ ଫାଇଦା ମଧ୍ୟ ଦେଇଥିଲା ।

Rohit Sharma - The 'Hitman' story

ଶ୍ରୀଧର କହିଛନ୍ତି ଯେ, ନେଟ୍ସରେ ଏବଂ ଅଭ୍ୟାସ ମ୍ୟାଚରେ ମଧ୍ୟ ଦିନେଶ କାର୍ତ୍ତିକ ଜବରଦସ୍ତ ବ୍ୟାଟିଂ କରିଥିଲେ । କିନ୍ତୁ ଧୋନୀ ଶିଖର ଧୱନଙ୍କ ସହିତ ରୋହିତଙ୍କୁ ପାଳି ଆରମ୍ଭ କରାଇବାର ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କିନ୍ତୁ ପରେ ଏହି ଗୋଟିଏ ନିଷ୍ପତ୍ତି ଭାରତକୁ କୋହିନୂର ହୀରା ସହିତ ପରିଚୟ କରାଇ ଦେଇଥିଲା । ଭାରତ ନୁହେଁ ସାରା ବିଶ୍ୱକୁ ଦେଇଥିଲା ଏକ ସର୍ବଶ୍ରେଷ୍ଠ ଓପନର ।

ଚମ୍ପିଆନ୍ସ ଟ୍ରଫିରେ ଦିନେଶ କାର୍ତ୍ତିକ ଭଲ ପ୍ରଦର୍ଶନ ଜାରି ରଖିଥିଲେ । କିନ୍ତୁ ରୋହିତଙ୍କୁ ଖେଳିବାର ଥିଲା । ତେଣୁ ଧୋନୀ ତାଙ୍କ ସହ ଦଳ ଓପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଧୋନୀଙ୍କର ଏହି ଐତିହାସିକ ନିଷ୍ପତ୍ତିକୁ ମନେ ପକାଇ ଶ୍ରୀଧର କହିଛନ୍ତି ଯେ ଏବେ ମଧ୍ୟ ଠିକ ସେହିପରି ଏକ ନିଷ୍ପତ୍ତି ନେବାର ସମୟ ରହିଛି । ଆଗକୁ ଟି-୨୦ ବିଶ୍ୱକପ ରହିଥିବା ବେଳେ ଏବେଠୁ ଟିମ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ସେହିପରି ଏକ ନିଷ୍ପତ୍ତି ନେବା ଆବଶ୍ୟକ ।

Get real time updates directly on you device, subscribe now.