fbpx

ଜଡେଜାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର: କହିଲେ ଏହା କେବେ ବି ସହଜ ନୁହେଁ…

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଚେନ୍ନାଇର ପୂର୍ବତନ ଅଧିନାୟକ ଜଡେଜାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏବଂ ଦଳର ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଏହାରି ମଧ୍ୟରେ ଏହି ମାମଲା ଉପରେ ଦଳର ପୂର୍ବତନ କ୍ରିକେଟର ସେନ ୱାଟସନ ମଧ୍ୟ ଏକ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ସେ ଜାଡେଜାଙ୍କୁ ସହାନୁଭୂତି ଦେଖାଇଛନ୍ତି । ଏବଂ ତାଙ୍କର ନିଷ୍ପତ୍ତିକୁ ସେ ସ୍ୱାଗତ ଜଣାଇଛନ୍ତି ।

ଧୋନୀଙ୍କୁ ଅନୁସରଣ କରିବା ସହଜ କାମ ନୁହେଁ ବୋଲି କହିଛନ୍ତି ୱାଟସନ । ଏହାସହ ସେ ଜାଡେଜାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଅଧିନାୟକ କରିବା କିମ୍ବା ଦଳର ନେତୃତ୍ୱର ଚାପ ବହୁତ ଅଧିକ ରହିଥାଏ । ଏହି ସମୟରେ ସେ ୨୦୧୫ରେ ରାଜସ୍ଥାନର ଅଧିନାୟକ ପଦ ଛାଡିବା କଥା ମଧ୍ୟ କହିଛନ୍ତି । ଚାପରେ ରହି ଖେଳିବାର କଷ୍ଟ ସେ ବୁଝିଛନ୍ତି ବୋଲି କହିଛନ୍ତି ୱାଟସନ । ତେଣୁ ଅଧିନାୟକ ପଦରୁ ଜାଡେଜାଙ୍କର ଇସ୍ତଫା ଦେବା ନିଷ୍ପତ୍ତିକୁ ସେ ସ୍ୱାଗତ ଜଣାଇଛନ୍ତି ।

ଆଇପିଏଲର ୨ ଦିନ ପୂର୍ବରୁ ଜାଡେଜାଙ୍କୁ ଅଧିନାୟକ ପଦ ଦେଇଥିଲେ ଧୋନୀ । ଜାଡେଜାଙ୍କ ନେତୃତ୍ୱରେ ଦଳ ୮ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୬ଟିରେ ପରାଜୟର ସାମନା କରିଥିବା ବେଳେ ୨ଟି ବିଜୟ ହାସଲ କରିପାରିଛି । ଏହାବ୍ୟତୀତ ନେତୃତ୍ୱର ଚାପ ଜାଡେଜାଙ୍କ ଉପରେ ସ୍ପଷ୍ଟ ବାରି ହେଉଥିଲା । ତେଣୁ ସେ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଫ୍ଲଫ ହୋଇଛନ୍ତି । ଫଳରେ ସେ ସିଜନ ଅଧାରୁ ହିଁ ଅଧିନାୟକ ପଦ ପୁଣି ଥରେ ଧୋନୀଙ୍କୁ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.