fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଦଶମ ପରୀକ୍ଷା; ପୂର୍ବରୁ ଦେଇ ସାରିଛନ୍ତି ଦ୍ୱାଦଶ ପରୀକ୍ଷା

Advertisement

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦଶମ ପରୀକ୍ଷା । ତେବେ ଏହା ପୂର୍ବରୁ ସେ ଦ୍ୱାଦଶ ପରୀକ୍ଷା ଦେଇ ସାରିଛନ୍ତି । ଦଶମରେ ଇଂରାଜୀ ବିଷୟରେ ପାଶ କରିନଥିବାରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇନଥିଲା । ଏହି କାରଣରୁ ଇଂରାଜୀ ପରୀକ୍ଷା ଦେଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ବୁଧବାର ନିଜର ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ଦେଇଛନ୍ତି ଚୌତାଲା । ଆର୍ଯ୍ୟ କନ୍ୟା ସିନିୟର ସେକେଣ୍ଡାରୀ ସ୍କୁଲରେ ନିଜର ଦଶମ ପରୀକ୍ଷା ଦେଇଛନ୍ତି ୮୬ ବର୍ଷୀୟ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ।

୨୦୧୭ରେ ନିଜର ଦଶମ ପରୀକ୍ଷା ପାଶ କରିଥିବା ଚୌତାଲା କିନ୍ତୁ ଇଂରାଜୀରେ ଫେଲ ହୋଇଯାଇଥିଲେ । ଅନ୍ୟ ସମସ୍ତ ବିଷୟରେ ୫୩.୪ ପ୍ରତିଶତ ମାର୍କ ରଖିଥିଲେ ଚୌତାଲା । ଜେବିଟି ନିଯୁକ୍ତି ସ୍କାମ ପାଇଁ ୮ ବର୍ଷର ଜେଲ ଦଣ୍ଡାଦେଶ ପାଇଥିବା ବେଳେ ଦଶମ ପରୀକ୍ଷା ଦେଇଥିଲେ ଚୌତାଲା । ଏହି ପରୀକ୍ଷା ପାଇଁ ଆସିଥିବା ବେଳେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଯାଇଥିଲେ ଚୌତାଲା । ସେ କହିଥିଲେ ମୁଁ ଜଣେ ଛାତ୍ର ଭାବରେ ଆସିଛି ତେଣୁ କୌଣସି ରାଜନୈତିକ ପ୍ରଶ୍ନର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.