fbpx

ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କ ପରଲୋକ: ହାର୍ଟ ଆଟାକରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ଦୀର୍ଘଦିନରୁ ଗୋଲକ ନାଏକ ପିଡନୀ ରୋଗରେ ଆକ୍ରାନ୍ତ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୦, ୨୦୦୪ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖୁଣ୍ଟା ଓ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେ ବିଜେପିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ବିଜେପିରୁ ୨ ଥର ନିର୍ବାଚିତ ହୋଇ ସେ ମନ୍ତ୍ରୀ ହୋଇଥିଲେ । ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସେ ମନ୍ତ୍ରୀ ଥିଲେ । ଏହା ସହ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ । ଗୋଲକ ବିହାରୀ ୧୯୫୭ ମସିହାର ଅଗଷ୍ଟ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବୁଧବାର ସକାଳେ ବେତନଟୀ ଫାର୍ମ ହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଳଡ ଡାୟଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ୧୦ଟା ସମୟରେ ଆଖି ବୁଜି ଥିଲେ।

ତେବେ ଗୋଲକ ବିହାରୀ ନାଏକ ମଧ୍ୟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ସମ୍ଭାଳି ଥିଲେ । ପରବର୍ତ୍ତୀ ସମୟରେ ଶରୀର ଅସୁସ୍ଥ ପାଇଁ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିଲେ । ତାଙ୍କର ଶିକ୍ଷୟିତ୍ରୀ ପତ୍ନୀ ସୁବାସିନୀଙ୍କୁ ରାଜନୀତି କୁ ଆଣି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡସାହି ନିର୍ବାଚନ ମଣ୍ଡଳୀର ୨୩ନଂ ଜିଲାପରିଷଦ ଜୋନରୁ ବିଜୟୀ କରାଇଥିଲେ। ତେବେ ଆଜି ହଠାତ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୄତ୍ୟୁ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତୄବୄନ୍ଦ, ସମର୍ଥକଙ୍କ ଭିଡ ଲାଗି ରହିଛି । ମର ଶରୀରକୁ ବାସସ୍ଥାନ ବେତନଟୀ ଫାର୍ମ ହାଉସକୁ ନିଆଯିବା ପରେ ସେଠାରୁ ପୈତୃକ ଗ୍ରାମ ବଡସାହି ବ୍ଳକ ଶିଆଳିଘାଟି ପଂଚାୟତ ବୁଢେଇରଣାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

Get real time updates directly on you device, subscribe now.