fbpx

Breaking; ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସୂଚନା

ଭୁବନେଶ୍ବର: ପରଲୋକରେ ଧନେଶ୍ବର ମାଝୀ । 84 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସ୍ବାସ୍ଥ୍ୟବସ୍ଥା ବିଗିଡା କାରଣରୁ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ କେସିଙ୍ଗା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କେସିଙ୍ଗା ଏବଂ ନର୍ଲାରୁ 5 ଥର ବିଧାୟକ ଥିଲେ ସ୍ବର୍ଗତ ଧନେଶ୍ବର । ଏହାସହିତ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପାରେ କଳାହାଣ୍ଡିରେ ଦୁଃଖର ବାତାବରଣ ଖେଳିଯାଇଛି । ଅନେକ ରାଜନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.