fbpx

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ଅବସ୍ଥା ସଙ୍କଟାପନ୍ନ

ବିଦେଶୀ ଗଣମାଧ୍ୟମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପରଭେଜ ମୁସାରଫଙ୍କ ଦେହାନ୍ତ ହୋଇଯାଇଥିବା ନେଇ ଖବର ପ୍ରକାଶ ପରେ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ପରଭେଜ ମୁସାରଫଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ତାଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି ଯେ ଏବେ ପରଭେଜ ମୁସାରଫ ଭେଣ୍ଟିଲେଟରରେ ନାହାଁନ୍ତି । ତାଙ୍କର ସୁସ୍ଥ ହେବା ମୁସ୍କିଲ । ଏମାଇଲାୟଡୋସିସ କାରଣରୁ ଗତ ୩ ସପ୍ତାହରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅଙ୍ଗ ଖରାପ ହେଉଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଛି । ପାକିସ୍ତାନରେ ପ୍ରଥମ ଥର ପେଶାୱର ହାଇକୋର୍ଟର ଚିଫ୍ ଜଷ୍ଟିସ୍ ବକାର ମହମ୍ମନ ସେଠଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟ ତିନି ସଦସ୍ୟ ପୀଠ ଏଭଳି ଦଣ୍ଡ ଶୁଣାଇଛନ୍ତି ।

୩ ନଭେମ୍ବର ୨୦୦୭ରେ ଦେଶରେ ଇମରଜେନ୍ସୀ ଲଗାଇବା ଏବଂ ଡିସେମ୍ବର ୨୦୦୭ରେ ସମ୍ବିଧାନକୁ ନିଲମ୍ବିତ କରିବା ଅଭିଯେଗାରେ ପରଭେଜ ମୁସାରଫଙ୍କ ଉପରେ ଡିସେମ୍ବର ୨୦୧୩ ରେ ଦେଶଦ୍ରୋହର ମକଦ୍ଧମା କରାଯାଇଥିଲା । ମୁସାରଫଙ୍କୁ ୩୧ ମାର୍ଚ୍ଚ ୨୦୧୪ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୭୮ ବର୍ଷୀୟ ମୁସାରଫ ୧୯୯୯ ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ଶାସନ କରିଥିଲେ । ମୁସାରଫ ମାର୍ଚ୍ଚ ୨୦୧୬ ରୁ ଦୁବାଇରେ ରହୁଛନ୍ତି ।

Get real time updates directly on you device, subscribe now.