fbpx

ଚାକିରିରୁ ବିଦା ହେଲେ Vigilance ଇନ୍ସପେକ୍ଟର: ପଡ଼ିଥିଲେ ଖୋଦ୍ ଭିଜିଲାନ୍ସ ହାବୁଡ଼ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଏବେ ଚାକିରିରୁ ହେଲେ ବହିଷ୍କୃତ । ଲାଞ୍ଚ ନେଇ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ ହୋଇଛନ୍ତି । ଶୁକ୍ରବାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ପୋଲିସ ଡିଜି ।

ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋଦ୍ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଜଣେ ସରକାରୀ ଅଧିକାରୀଙ୍କ ଏକ ମାମଲାର ରଫାଦଫା କରିବା ପାଇଁ ବରଗଡ଼ର ଜଣେ ବ୍ୟକ୍ତିଙ୍କଠାରୁ ମାନସୀ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଏଥିରେ ତାଙ୍କର ଜଣେ ସହଯୋଗୀ ମଧ୍ୟ ସାମିଲ ଥିଲେ । ମାନସୀ ଜେନା ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ଲାଞ୍ଚ ନେବାବେଳେ ଧରାଯିବା ସହ ତାଙ୍କ ବାସଭବନ ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଆଉ ଏହି ମାମଲା ସାମ୍ନାକୁ ଆସିବା ପରେ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ଲାଞ୍ଚ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ମାନସୀ ।

Get real time updates directly on you device, subscribe now.