fbpx
BJD SKY
BJD SKY

ରାଜ୍ୟସଭାରୁ ଅବସର ନେଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

BJD

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂ ମଙ୍ଗଳବାର ରାଜ୍ୟସଭାରୁ ଅବସର ନେଇଛନ୍ତି। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶ୍ରୀ ମନମୋହନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ବର୍ତ୍ତମାନ ଆପଣ ଆଉ ରାଜ୍ୟସଭାରେ ରହିବେ ନାହିଁ ଏବଂ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି, ତଥାପି ଦେଶବାସୀଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରଖିବେ। ତେବେ ୯୧ ବର୍ଷିୟ ମନମୋହନ ଅବସର ନେବାକୁ ଯାଉଥିବାବେଳେ ନଅ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାର ୫୪ ଜଣ ସଦସ୍ୟ ମଙ୍ଗଳବାର ଓ ବୁଧବାର କାର୍ଯ୍ୟକାଳ ଶେଷ ହେଉଛି। ମନମୋହନ (ଏପ୍ରିଲ ୩) ରେ ରାଜ୍ୟସଭାରେ ତାଙ୍କର ୩୩ ବର୍ଷ ଧରି ଚାଲିଥିବା ସଂସଦୀୟ ଇନିଂସ ଶେଷ କରିବେ। ଏହାପରେ ତାଙ୍କର ଖାଲି ପଡିଥିବା ରାଜ୍ୟସଭା ସିଟ୍‌କୁ କଂଗ୍ରେସ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ପୂରଣ କରିବେ।

ସୂଚନା ଥାଉକି, ଅକ୍ଟୋବର ୧୯୯୧ରେ ମନମୋହନ ପ୍ରଥମ ଥର ପାଇଁ ଗୃହର ସଦସ୍ୟ ହୋଇଥିଲେ। ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସେ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଏବଂ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲ।

Get real time updates directly on you device, subscribe now.