ବାଲେଶ୍ୱର: ବାଲେଶ୍ୱର ସର୍କଲ ଅଫିସର ପୂର୍ବତନ ମ୍ୟାନେଜର ଗିରଫ । PNB ବ୍ୟାଙ୍କ ଠକେଇ ମାମଲାରେ ପୂର୍ବତନ ମ୍ୟାନେଜର ବିନୟ ସୋନକର ଗିରଫ ହୋଇଛନ୍ତି । ଚିଫ୍ ମ୍ୟାନେଜରଙ୍କ ଏତଲା ଆଧାରରେ ପଶ୍ଚିମବଙ୍ଗରୁ ବିନୟ ସୋନକରଙ୍କୁ ଗିରଫ କରିଛି EOW । ଏହି ମାମଲାର ଅଧିକ ତଦନ୍ତ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପୋଲିସ ତାଙ୍କୁ ଓଡ଼ିଶା ଆଣିବା ନେଇ ଜଣାପଡ଼ିଛି । ତାଙ୍କ ନାଁରେ ୧ କୋଟି ୨୩ ଲକ୍ଷ ଟଙ୍କା ହେରଫେର୍ ଅଭିଯୋଗ ରହିଛି ।