fbpx

ପୂର୍ବତନ ପୋପ୍ ବେନେଡିକ୍ଟ-୧୬ଶଙ୍କ ୯୫ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଭାଟିକାନ୍ ସିଟିର ପୂର୍ବତନ ପୋପ୍ ବେନେଡିକ୍ଟ-୧୬ ଶଙ୍କ ୯୫ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ହେବ ସେ ଅସୁସ୍ଥ ଥିଲେ। କିନ୍ତୁ ଶନିବାର ଡିସେମ୍ବର ୩୧ ଦିନ ସ୍ଥାନୀୟ ସମୟ ସାଢେ ୯ଟା ସମୟରେ ଭାଟିକାନର ମ୍ୟାଟର ଏକଲେକସି ମୋନାଷ୍ଟ୍ରିରେ ତାଙ୍କର ପରଲୋକ ହୋଇଛି ବୋଲି ଭାଟିକାନ ସୂଚନା ଦେଇଛି । ‘ପୋପ ଏମିରେଟ୍ସ ବେନେଡିକ୍ଟ ୧୬ଶ ପରମପିତାଙ୍କ ଘରକୁ ଫେରିଗଲେ’ ବୋଲି ଭାଟିକାନ ପକ୍ଷରୁ ଘୋଷଣା କରାଯାଇଛି ।

୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ବେନେଡିକ୍ଟ-୧୬ ପୋପ୍ ଦାୟିତ୍ୱରେ ଥିଲେ। ୨୦୧୩ ମସିହାରେ, ସେ କୌଣସି କାରଣରୁ ପୋପ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ନିକଟ ଅତୀତରେ ସେ ଭାଟିକାନ୍ ଗାର୍ଡେନ୍ସର ଏକ ଛୋଟିଆ ମଠ ମ୍ୟାଟର୍ ଏକ୍ଲେସିଆରେ ରହୁଥିଲେ। ଆସନ୍ତା ୨ ଜାନୁଆରି ସୋମବାରଠାରୁ ସେଣ୍ଟ୍ ପିଟର୍ସ ବାସିଲିଆରେ ତାଙ୍କ ମର ଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପୂର୍ବତନ ପୋପଙ୍କ ଅନ୍ତେଷ୍ଟି କ୍ରିୟା ସଂପର୍କରେ ପରବର୍ତ୍ତୀ ସମୟରେ ଭାଟିକାନ ଅଫିସ ପକ୍ଷରୁ ଘୋଷଣା କରାଯିବ ।

ବେନେଡିକ୍ଟ-୧୬ଶ ଏପ୍ରିଲ ୧୯୨୭ ରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ୨୪ ଏପ୍ରିଲ ୨୦୦୫ ରେ ଭାଟିକାନ ସିଟିରେ ୮୦ ବର୍ଷ ବୟସରେ ପୋପ୍ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କୁ ଗତ ୨୭୫ ବର୍ଷ ମଧ୍ୟରେ ସର୍ବ ପୁରାତନ ପୋପ୍ ଭାବରେ ମନୋନୀତ କରାଯାଇଥିଲା। ବୃଦ୍ଧାବସ୍ଥା ହେତୁ ସେ ପୁନର୍ବାର ୨୦୧୩ ରେ ପୋପ୍ ପଦ ଛାଡିଥିଲେ ବୋଲି କୁହାଯାଇଥିଲା। ତେବେ କୌଣସି କାରଣରୁ ସେ ୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏହି ପଦ ଛାଡିଥିଲେ। ପୋପ୍ ବେନେଡିକ୍ଟ-୧୬ଶ ପ୍ରକୃତ ନାମ ଥିଲା ଜୋସେଫ ଆଲୋସିୟସ ରାଟସିଙ୍ଗର।

Get real time updates directly on you device, subscribe now.