fbpx

ପାକିସ୍ତାନ ଫେରିବା ମାତ୍ରେ ନୱାଜ ଶରୀଫଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଷ୍ଟିଲ ମିଲ ମାମଲାର ହେଲା ରଫାଦଫା

Advertisement

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପରି ପରିସ୍ଥିିତିରେ ଷ୍ଟିଲ ମିଲ କେସରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବର କାର୍ଯ୍ୟବାହକ ସରକାର ଅଲ ଉଜୀଜିୟା ଷ୍ଟିଲ ମିଲ କେସରେ ନୱାଜ ଶରୀଫଙ୍କ ଦଣ୍ଡକୁ ନିଲମ୍ବିତ କରିଛନ୍ତି । ଯେଉଁଥିରେ ଏହି ମାମଲାରେ ଏବେ ନୱାଜ ଶରୀଫଙ୍କ ଗିରଫ ହେବ ନାହିଁ ।

ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଅଲ-ଉଜୀଜିୟା ମାମଲାରେ ପାକିସ୍ତାନ ମୁସଲିମ ଲିଗ-ନବାଜ ସୁପ୍ରିମୋ ନୱାଜ ଶରୀଫଙ୍କ ଦଣ୍ଡକୁ ପଞ୍ଜାବ କ୍ୟାବିନେଟ ନିଲମ୍ବିତ କରିଛନ୍ତି । କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ଅମିର ମୀର ପଞ୍ଜାବ କ୍ୟାବିନେଟର ନିଷ୍ପତ୍ତି ବାଖ୍ୟା କରି କହିଛନ୍ତି ଯେ, ଏହି ନିର୍ଣ୍ଣୟ ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୪୦୧ ଅନୁଯାୟୀ ଏହାର ସାମ୍ବିଧାନିକ କ୍ଷମତା ପ୍ରୟୋଗରେ ନିଆଯାଇଛି । ଯାହାକି କୌଣସି ଅପରାଧୀଙ୍କୁ କ୍ଷମା କରିବାକୁ ମଧ୍ୟ ଅନୁମତି ଦେଇଥାଏ । ମିର କହିଛନ୍ତି ଯେ, ପିଏମଏଲଏନ ସୁପ୍ରିମୋ ପଞ୍ଜାବ କ୍ୟାବିନେଟକୁ ତାଙ୍କ ଦଣ୍ଡ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଏବେ ନଫିଲ୍ଡ ଏବଂ ଅଲ-ଉଜିଜିୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଅଲ-ଅଜୀଜିୟା ମାମଲାରେ ପଳାତକ ଘୋଷଣା କରାଯାଇଥିଲା । ଯିଏ ଇସଲାମାବାଦ କୋର୍ଟରେ ବିଚାରାଧୀନ ଅଛି । ୨୦୧୯ ମସିହାରେ ସେ ଏହି ମାମଲାରେ ଜାମିନ ପାଇଥିଲେ । ଚିକିତ୍ସା ପାଇଁ ସେ ବ୍ରିଟେନ ଗସ୍ତ କରିଥିଲେ ।

Get real time updates directly on you device, subscribe now.