fbpx
BSKY SKY
BSKY SKY

ମିଳିଲାନି ମହାପ୍ରୟାଣ ଗାଡ଼ି: ୮କି.ମି. ରାସ୍ତା କାନ୍ଧରେ ଶବ ବୋହି ବୋହି ନେଲେ ପରିବାର ଲୋକେ

BSKY

ଝରିଗାଁ: (ଓଡ଼ିଶା ଭାସ୍କର) ନବରଂଗପୁର ଜିଲ୍ଲାର ଶରଧାପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଚନ୍ଦାହାଣ୍ଡି ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ମୃତ ମହିଳାଙ୍କ ଶବକୁ କାନ୍ଧରେ ବୋହି ପ୍ରାୟ ୮ କି.ମି. ଦୂର ଶରଧାପୁର ଗ୍ରାମକୁ ନେଇଛନ୍ତି ପରିବାର ଲୋକେ ।

ସୂଚନା‌ ଅନୁସାରେ ଆଜି ଶରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଦିନ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିଥିଲେ ହେଲେ ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିଲା । ଶେଷରେ ସେମାନେ ବାଧ୍ୟ ହୋଇ ଶବକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଦୂର ଶରଧାପୁର ଗାଁକୁ ନେଇଥିଲେ ।

Get real time updates directly on you device, subscribe now.