fbpx

ଭାରତ ପେ’ ସଂସ୍ଥା ଛାଡିଲେ ଅଶ୍ନୀନ ଗ୍ରୋଭର: ଜାଣନ୍ତୁ ନିଜ କମ୍ପାନୀରୁ ଇସ୍ତଫା ଦେଇଥିବା ଅନ୍ୟ ବ୍ୟବସାୟୀଙ୍କ ନାମ

Advertisement

ନୂଆଦିଲ୍ଲୀ: ଭାରତ ପେ’ ସଂସ୍ଥାପକ ଅଶ୍ନୀନ ଗ୍ରୋଭର ନିକଟରେ ଏହି ସଂସ୍ଥାର ହାତ ଛାଡିଛନ୍ତି । କମ୍ପାନୀ ବିରୋଧରେ କରିଥିବା ଏକ ଆର୍ବିଟେସନରେ ହାରିବା ପରେ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଶ୍ନୀନ । ସିଙ୍ଗାପୁରର ଆନ୍ତର୍ଜାତୀୟ ଆର୍ବିଟେସନ ସେଣ୍ଟରରେ ଏକ ଶାସନ ପରିଚାଳନା ସମୀକ୍ଷା କରିବା ପାଇଁ ସେ ଭାରତ ପେ’ ନିଷ୍ପତ୍ତିକୁ ଚାଲେଞ୍ଜ କରି ଏକ ଆବେଦନ କରିଥିଲେ । ତେବେ କେବଳ ଅଶ୍ନୀନ ଗ୍ରୋଭର ନୁହେଁ, ତାଙ୍କ ଭଳି ଅନେକ ବ୍ୟବସାୟୀ ନିଜ ସଂସ୍ତାରୁ ଇସ୍ତଫା ଦେଇ ସାରିଛନ୍ତି । ଏହି ତାଲିକାରେ ଅନେକ ଆଶ୍ଚର୍ଯ୍ୟକର ନାଁ ମଧ୍ୟ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ସେହି ବ୍ୟବସାୟୀଙ୍କ ବିଷୟରେ ।

Ashneer Grover

‘ଆପଲ’ର ସଂସ୍ଥାପକ- ଷ୍ଟିଭ ଜବ୍ସ

Founder’s Who Were Fired From Their Own Company

ବ୍ୟକ୍ତିଗତ କମ୍ପ୍ୟୁଟର ଯୁଗରେ ଷ୍ଟିଭ ଜବ୍ସ ଗୋଟିଏ ଜଣାଶୁଣା ନାଁ । ୧୯୭୬ ମସିହାରେ ଷ୍ଟିଭ ୱଜନିଆକଙ୍କ ସହିତ ସେ ଆରମ୍ଭ କରିଥିଲେ APPLE Inc. । ଟେଲି କମ୍ୟୁନିକେସନ କ୍ଷେତ୍ରରେ ଯାହା ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ । ଆଇପଡ ଏବଂ ଆଇଫୋନ ଭଳି ଅନେକ ବିପ୍ଳବିକ ଉତ୍ପାଦଗୁଡିକର ଶୁଭାରମ୍ଭ ଉପରେ ତଦାରଖ କରିଥିଲେ । କିନ୍ତୁ ୧୯୮୫ରେ ସେ ନିଜ କମ୍ପାନୀରୁ ଇସ୍ତଫା ଦେଇଥିଲେ ଷ୍ଟିଭ ଜବ୍ସ । ବାପାଙ୍କ ଗ୍ୟାରେଜରେ ପ୍ରାୟ ୧୦ ବର୍ଷ କାମ କରିବା ପରେ ଶେଷରେ ୯୦ ଦଶକରେ ସେ ଆପଲର ସିଇଓ ଭାବରେ କମବ୍ୟାକ କରିଥିଲେ ।

‘ଫ୍ଲିପକାର୍ଟ’ର ସଂସ୍ଥାପକ- ସଚିନ ବଂଶଲ ଏବଂ ବିନି ବଂଶଲ

Sachin Bansal and Binny Bansal

ଅକ୍ଟୋବର ୨୦୦୭ରେ ସଚିନ ବଂଶଲ ଏବଂ ବିନି ବଂଶଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଫ୍ଲିପକାର୍ଟ । ଦେଶବ୍ୟାପୀ ପୁସ୍ତକ ପହଞ୍ଚାଇବା ଥିଲା କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଧିରେ ଧିରେ ଏହାର ଅର୍ଡର ବଢିବାକୁ ଲାଗିଲା । ଏହାପରେ ସଚିନ ଫ୍ଲିପକାର୍ଟ ବୋର୍ଡଙ୍କ ସହ ଏକ ଖରାପ ସମ୍ପର୍କ ସ୍ଥାପନ ହୋଇଥିଲା । ଫଳରେ ୨୦୧୮ରେ କମ୍ପାନୀରୁ ଇସ୍ତଫା ନେଇଥିଲେ ବିନି ବଂଶଲ ।

‘ୟାହୁ’ର ସଂସ୍ଥାପକ- ଜେରୀ ୟାଙ୍ଗ

Jerry Yang

ଷ୍ଟାନଫୋର୍ଡ ସ୍ନାତକ ଜେରୀ ୟାଙ୍ଗ । ୨୦୦୮ ମସିହାରେ ମାଇକ୍ରୋସଫ୍ଟରୁ ଏକ ଡିଲକୁ ବିରୋଧ କରିବା ପରେ ୟାହୁର ସହ-ପ୍ରତିଷ୍ଠାତା ଜେରୀ ୟାଙ୍ଗ ସିଇଓ ଭାବେ ତାଙ୍କ ପଦରୁ ଇସ୍ତଫା ଦେଇ “ମୁଖ୍ୟ ୟାହୁ”କୁ ଫେରିଥିଲେ । ଅବଶ୍ୟ ୪ ବର୍ଷ ପରେ ସେ କମ୍ପାନୀରୁ ଇସ୍ତଫା ଦେଇଥିଲେ, ଯେତେବେଳେ କମ୍ପାନୀ ଅଂଶୀଦାର କମ୍ପାନୀକୁ ବିକ୍ରୟ କରିବାକୁ ଚାହୁଁଥିଲେ, ୟାଙ୍ଗ ଏହାକୁ ବିରୋଧ କରିଥିଲେ ।

‘ୟୁବର’ର ପ୍ରତିଷ୍ଠାତା- ଟ୍ରାଭିସ କାଲାନିକ

Travis Kalanick

ଟ୍ରାଭିସ କର୍ଡେଲ କାଲାନିକ, ଜଣେ ଆମେରିକା ବ୍ୟବସାୟୀ ଯିଏ କି ‘ୟୁବର’ର ସିଇଓ ଭାବେ ବେଶ ଜଣାଶୁଣା । କିନ୍ତୁ କମ୍ପାନୀ ନିର୍ମାଣର ୮ ର୍ବେ ପରେ ଅର୍ଥାତ ୨୦୧୭ ମସିହାରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ଇଏଲ ଇଷ୍ଟେଟ ବିକାଶର ସିଟି ଷ୍ଟୋରେଜ ସିଷ୍ଟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ୪୩ ବର୍ଷୀୟ ଟ୍ରାଭିସ ।

Get real time updates directly on you device, subscribe now.