fbpx
BJD SKY
BJD SKY

ବଡ଼ ଦୁଃଖ ଖବର: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଭୋଜପୁରୀ ସିନେମାର ୪ ଜଣ ତାରକା

BJD

ନୂଆଦିଲ୍ଲୀ: ଦୁର୍ଘଟଣା କେବେ ଆସିବ ତାହା କେହି ବି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣାରେ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ବିହାରରୁ ଆସିଛି ଏକ ଦୁଃଖଦ ଖବର । ଏକ ଭୟଙ୍କର ଦୁର୍ଘଟଣାରେ ୪ ଜଣ ତାରକାଙ୍କର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ଗତ ରବିବାର ଦିନ ବିହାରର କେମୁର ଜିଲ୍ଲାରେ ଟ୍ରକ, ଏସୟୁଭି ଓ ମୋଟରସାଇକେଲ ମଧ୍ୟରେ ଏକ ଭୀଷଣ ଟକ୍କର ହୋଇଥିଲା । ଗତ ସୋମବାର ଦିନ ଶବ ଚିହ୍ନଟ ପରେ ପୋଲିସ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଥିଲା ।

ଉକ୍ତ ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଓ ଗାୟକ ଥିଲେ । ଦୁର୍ଘଟଣାରେ ଭୋଜପୁରୀ ଗାୟକ ବିଲଲେଶ ପାଣ୍ଡେ ଓରଫ ଛୋଟୁ ପାଣ୍ଡେ, ଅଭିନେତ୍ରୀ ଆଞ୍ଚଲ ତିୱାରୀ ଓ ସିମରନ ଶ୍ରୀବାସ୍ତବ ମଧ୍ୟ ସାମିଲ ଥିଲେ । ଅନ୍ୟ ମୃତକଙ୍କ ମଧ୍ୟରେ ପ୍ରକାଶ ରାମ, ଦଧିବଲ ସିଂହ, ଅନୁ ପାଣ୍ଡେ, ଶାଶି ପାଣ୍ଡେ, ବାଗୀଶ ପାଣ୍ଡେ ଓ ସତ୍ୟ ପ୍ରକାଶ ମିଶ୍ର ରହିଥିଲେ । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

Get real time updates directly on you device, subscribe now.