fbpx

ସପାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ବିଧାୟକ ମନୋଜ ପାଣ୍ଡେ: ରାଜ୍ୟସଭା ନିର୍ବାଚନରେ ଅଖିଳେଶଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ରାଜ୍ୟରେ ୪୧ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ଆଜି ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ମତଦାନ ହେଉଛି ।

ତେବେ ରାଜ୍ୟସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ସମାଜବାଦୀ ପାର୍ଟି (ସପା)କୁ ଲାଗିଛି ଏକ ବଡ଼ ଝଟକା । ସପାର ମୁଖ୍ୟ ସଚେତକ ପଦରୁ ବିଧାୟକ ମନୋଜ ପାଣ୍ଡେ ଇସ୍ତଫା ଦେଇଛନ୍ତି । ଏଥିସହିତ ୟୁପିର ୮ ଜଣ ବିଧାୟକ କ୍ରସ ଭୋଟିଂ କରିବା ନେଇ ସସପେନ୍ନ ଜାରି କରି ରହିଛି । ୧ ସପ୍ତାହ ତଳେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପାରୁ ଇସ୍ତଫା ଦେବା ସହିତ ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ । ଏହାଫଳଳେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି ।

Get real time updates directly on you device, subscribe now.