fbpx

ଚାଲିଛି ରାଜ୍ୟସଭା ନିର୍ବାଚନର ଭୋଟିଂ: ସାଂସଦ ଶଫିକୁର ରହମାନଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ରାଜ୍ୟରେ ୪୧ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ଆଜି ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ମତଦାନ ହେଉଛି ।

ତେବେ ଏହା ମଧ୍ୟରେ ସମାଜବାଦୀ ପାର୍ଟିର ସାଂସଦ ଶଫିକୁର ରହମାନ ବର୍କଙ୍କ ପରଲୋକ ଘଟିଛି । ଶାରୀରିକ ଦୁର୍ବଳତା କାରଣରୁ ନିକଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର କିଡନୀ ସଂକ୍ରମଣ ସମସ୍ୟା ଥିବା ଡାକ୍ତର କହିଥିଲେ । ଶେଷରେ ମୁରାଦାବାଦର ସିଦ୍ଧ ହସ୍ପିଟାଲରେ ରହମାନ ୯୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁରେ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବହୁ ବରିଷ୍ଠ ରାଜନେତା ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.