fbpx

ଶରୀରରୁ ଏଭଳି ଦୁର୍ଗନ୍ଧ ଆସୁଛି କି ? ଏହା ଡାଇବେଟିସର ଗମ୍ଭୀର ଲକ୍ଷଣକୁ ସୂଚାଇଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ରୋଗର ଶିକାର ହୋଇଥାନ୍ତି । ତେବେ ଡାଇବେଟିସ୍ ଭଳି ରୋଗର ଗମ୍ଭୀର ପରିଣାମରୁ ନିଜକୁ ରକ୍ଷା କରିବା ପାଇଁ ସମୟ ପୂର୍ବରୁ କିଛିଟା ଲକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ ।
ଶରୀରରେ ରକ୍ତ ଶର୍କରାର ମାତ୍ରା ବୃଦ୍ଧି ପାଇଲେ ହୃଦୟ, ଯକୃତ, କିଡନୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତି ବିପଦ ସାଜିପାରେ ।

ଏକ ଗବେଷଣାରୁ ପ୍ରକାଶ ଯେ ଶରୀରର ଗନ୍ଧ ବିଶେଷ କରି ଖରାପ ନିଶ୍ୱାସ ଓ ଝାଳରୁ ଡାଇବେଟିସର ସ୍ଥିତି ବିଷୟରେ ଜାଣିପାରିବା । ଏଭଳି ସ୍ଥିତିକୁ Diabetic Ketoacidosis କୁହାଯାଏ । ଶରୀରରେ ଇନସୁଲିନର ଅଭାବ ହେଲେ ଉର୍ଜ୍ଜା ଭାବରେ ଗ୍ଲୁକୋଜ ସଠିକ ଭାବରେ ବ୍ୟବହାର ହୋଇନଥାଏ । ଏହି ଅବସ୍ଥାରେ ଯକୃତ ଫ୍ୟାଟ୍ ଭାଙ୍ଗି(breakdown) ଉଜ୍ଜା ଉତ୍ପାଦନ କରିଥାଏ । ଏହି ପ୍ରକ୍ରିୟାରେ ‘କେଟେନ୍ସ’ ନାମକ ଏସିଡ୍ ଉତ୍ପାଦନ ହୋଇଥାଏ । ଏହି କେଟୋନ୍ସ ଖରାପ ଶ୍ୱାସ ଏବଂ ଝାଳ ମାଧ୍ୟମରେ ଶରୀରରୁ ବାହାରିଥାଏ । ଏହି କେଟୋନ୍ ଅତ୍ୟାଧିକ ପରିମାଣରେ ବୃଦ୍ଧି ପାଇବା କାରଣରୁ କିଡନୀ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏଭଳି ଦୁର୍ଗନ୍ଧକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି :

୧. ନିଶ୍ୱାସରୁ ଆସୁଥିବା ଫଳର ସୁଗନ୍ଧ

୨. ଆମୋନିଆ ଭଳି ଦୁର୍ଗନ୍ଧ ହେବା ଯାହା କିଡନୀ ଫେଲ୍ ହେବାର ଲକ୍ଷଣ ହୋଇପାରେ ।

୩. ନିଶ୍ୱାସରୁ ଏକ ଶକ୍ତିଶାଳି ଏବଂ ଅପ୍ରୀତିକର ଗନ୍ଧ ଯାହା ଅନ୍ତନଳୀ ଅବରୋଧ(gastrointenstinal) କିମ୍ବା ବାନ୍ତି ହେବା ଲକ୍ଷଣକୁ ସୁଚାଇଥାଏ ।

ଏହା ବ୍ୟତୀତ ନିମ୍ନଲିଖିତ ଲକ୍ଷଣଗୁଡ଼ିକ ମଧ୍ୟ ଡାଇବେଟିସର ଲକ୍ଷଣକୁ ସୂଚାଇଥାଏ:

– ଦୀର୍ଘ ଶ୍ୱାସ ନେବା
– ଅତ୍ୟାଧିକ ପରିଶ୍ରା ହେବା
– ଓଜନ ହ୍ରାସ
– ଝାଳ ବୋହିବା/ ବାନ୍ତି ହେବା
– ତଳି ପେଟରେ ଯନ୍ତ୍ରଣା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବା ପାଇଁ ନିୟମିତ ଭାବେ ଯାଞ୍ଚ କରିବା ନେଇ ପରାମର୍ଶ ଦିଆଯାଇଛି । ଏହା ସହ ସନ୍ତୁଳିତ ଭୋଜନ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ୱାରା Diabetic Ketoacidosis ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ମିଳିପାରିବ । ଏହା ବ୍ୟତୀତ

– ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଚାଲିବା ।
– ବ୍ୟାୟାମ କରିବା
– ଯୋଗାଭ୍ୟାସ/ ଧ୍ୟାନ କରିବା
– ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଡାଇବେଟିସ୍ ଭଳି ରୋଗରୁ ଦୂରେଇ ରହି ପାରିବା ।

 

Get real time updates directly on you device, subscribe now.