fbpx

(Video) ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଛନ୍ତି ବିରାଟ: ଖେଳିଲେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ସିରିଜ ପାଇଁ ଦଳ ଘୋଷଣା ପରେ ଅଚାନକ ପ୍ରଥମ ୨ଟି ଟେଷ୍ଟରୁ ସେ ବିରତୀ ପାଇଁ ଆବେଦନ କରିଥିଲେ । ଏହାପରେ ଶେଷ ୩ଟି ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି ବିରାଟ । କିନ୍ତୁ ଏବେ ସେ ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳୁଛି । ଭାରତୀୟ ଦଳକୁ ଛାଡ଼ି ଝିଅଙ୍କ ସହ ସମୟ କାଟୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଟିମ ଇଣ୍ଡିଆର କିଙ୍ଗ କୋହଲି ବିରାଟ ବ୍ୟକ୍ତିଗତ କାରଣ ଯୋଗୁଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଦୂରେଇ ଯାଇଛନ୍ତି । ନିକଟରେ ସେ ପୁତ୍ର ସନ୍ତାନର ବାପା ମଧ୍ୟ ହୋଇଛନ୍ତି । ପରିବାରକୁ ଯଥେଷ୍ଟ ସମୟ ଦେବା ପାଇଁ ବିରାଟ ସିରିଜରୁ ବିରତୀ ମାଗିଥିଲେ । ତେବେ ପୁତ୍ର ସନ୍ତାନ ଜନ୍ମ ପରେ ବିରାଟଙ୍କୁ ଝିଅ ଭାମିକାଙ୍କ ସହ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଦେଖାଯାଇଛି । ଏଠାରେ ଉଭୟ ବାପା-ଝିଅ ଖୁବ ମସ୍ତି ମଧ୍ୟ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଏହି ଫଟୋରେ ବିରାଟଙ୍କୁ କଳା ରଙ୍ଗର ପୋଷାକରେ ଦେଖାଯାଇଥିବା ବେଳେ ମୁଣ୍ଡରେ ଏକ ଟୋପି ପିନ୍ଧିଥିବା ମଧ୍ୟ ଦେଖାଯାଇଛି । ସେହିପରି ଭାମିକା ଧଳା ଏବଂ ନୀଳ ରଙ୍ଗର ଏକ ଡ୍ରେସ ପିନ୍ଧିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି ।

ଇଂଲଣ୍ଡ ବିପକ୍ଷ ସିରିଜକୁ ୩-୧ରେ କବଜା କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ଲଗାତାର ବିଜୟ ହାସଲ କରିଛି ରୋହିତ ଶର୍ମା । ରାଞ୍ଚିରେ ଚତୁର୍ଥ ଟେଷ୍ଟ ଜିତି ଭାରତ ସିରିଜ ନିଜ ନାଁରେ କରିଛି । ତେବେ ଏହି ମ୍ୟାଚ ବିଜୟ ପରେ ବିରାଟ କୋହଲି ଟ୍ୱିଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ସିରିଜରୁ ବିରାଟ ବାଦ୍ ପଡ଼ିଥିବା ବେଳେ ଆସନ୍ତା ଆଇପିଏଲରେ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.