fbpx

ଅଧାବାଟରୁ ବିଦାୟ ନେଲା ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ସ୍ୱପ୍ନ: ଦୁର୍ଘଟଣାରେ ୪ ଜଣ ଆଖି ବୁଜିଲେ, ୬ରୁ ଅଧିକ ପିଲା ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କୌଣସି ବଡ଼ ଅଭିଶାପ ଠାରୁ କମ୍ ନୁହେଁ । ଦୁର୍ଘଟଣାରେ କେବଳ ଜୀବନ ହାନୀ ହୁଏନି, ଅନେକ ସମୟରେ ଦୁର୍ଘଟଣା ବହୁ କମ୍ ବୟସର ପିଲାଙ୍କର ଭବିଷ୍ୟତକୁ ସବୁଦିନ ପାଇଁ ଚୁରମାର୍ କରିଦେଇଥାଏ । ପରୀକ୍ଷା ଦେବାକୁ ଯାଉଥିବା ବେଳେ ଅଚାନକ ଦୁର୍ଘଟଣା ଘଟିବା ଫଳରେ କିଛି ପିଲାଙ୍କର ମୃତ୍ୟୁ ଘଟିବା ସହିତ ଆଉ କିଛି ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଶାହଜହାଁପୁରରେ ଗୋଟିଏ ଭ୍ୟାନରେ ବସି କିଛି ପିଲା ହାଇସ୍କୁଲ ପରୀକ୍ଷା ଦେବାକୁ ଯାଉଥିଲେ । ତେବେ ଦୁର୍ଭାଗ୍ୟବଶତଃ ଭ୍ୟାନଟି ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିବା ସହିତ ୬ରୁ ଅଧିକ ପିଲା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମାତ୍ର ୧୫ ବର୍ଷ ବୟସରେ ଜୀବନରେ ନୂଆ ନୂଆ ସ୍ୱପ୍ନ ଦେଖୁଥିବା କିଛି ପିଲା ସବୁଦିନ ଆଖି ବୁଜିଦେଇଥିବା ବେଳେ ଆଉ କିଛି ନିଜର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି । ରାତି, ରାତି ଅନିଦ୍ରା ହୋଇ ପାଠ ପଢ଼ିଥିବା ଗୋଟିଏ ପିଲା ପରୀକ୍ଷାକୁ ଯିବା ପୂର୍ବରୁ ଦୁର୍ଘଟଣାରେ ଶିକାର ହେବା ପରେ ତା’ର ମାନସିକ ସ୍ଥିତି କିପରି ଥିବ ତାହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ ।

Get real time updates directly on you device, subscribe now.