fbpx

+2 Physics ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ: ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: CHSE ଯୁକ୍ତ ୨ ଭୌତିକ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏ ନେଇ ଏକ ପ୍ରେସମିଟ ଯୋଗେ ସୂଚନା ଜାରି କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ପରୀକ୍ଷାରେ ତ୍ରୁଟି ନେଇ ଶ୍ରୀ ନାୟକ କହିଛନ୍ତି ଯେ,’ଏହି ପ୍ରଶ୍ନ ଆଉଟ୍ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ପଡ଼ିଛି । ରେଗୁଲାର ଏବଂ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ତେବେ କେବଳ ରେଗୁଲାର ପିଲାମାନଙ୍କ ପ୍ରଶ୍ନରେ ହିଁ ଏଭଳି ଚଏସ ଡେଫିସିଟ୍ ରହିଛି ।

ମୋଟ ୧୯ ନମ୍ବରର ଚଏସ ଡେଫିସିଟ ରହିଥିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ତେବେ ଏହି ପ୍ରଶ୍ନଗୁଡ଼ିକୁ ଆଟେମ୍ପଟ କରିଥିବା ପିଲାମାନଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଟେମ୍ପଟ କରି ନଥିଲେ କୌଣସି ପିଲାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି । ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ପିଲାମାନଙ୍କୁ ପ୍ରଦାନ କରାଯିବ । ତେଣୁ ସମସ୍ତ ପିଲାଙ୍କୁ ସମାନ ଗ୍ରେସ ମାର୍କ ଦିଆଯିବ ନାହିଁ । ଏହାବ୍ୟତୀତ ଭୁଲ କେଉଁଠି ରହିଛି, ଏହାକୁ ଯାଞ୍ଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

Get real time updates directly on you device, subscribe now.