fbpx

‘ପ୍ରତି ଗରିବ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କା… ଏହା ପ୍ରତିଶ୍ରୁତି ନୁହେଁ, କଂଗ୍ରେସର ଗ୍ୟାରେଣ୍ଟି’ କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଆଗମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରତି ଗରିବ ପରିବାରକୁ ଆର୍ଥିକ ସହାରୟତା ଯୋଗାଇଦେବା ପାଇଁ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି ଦିଆଯାଇଛି । ଏହି ଯୋଜନାର ନାଁ ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍ ରଖାଯାଇଛି ।

ସୋମବାର ଅନନ୍ତପୁର ଜନସଭାକୁ ସମ୍ବୋଧିତ କରି ମଲ୍ଲିକାଜୁନ ଖଡ଼ଗେ କହିଥିଲେ, ‘କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ରପ୍ରଦେଶରେ ଗରିବ ପରିବାରକୁ ପ୍ରତି ମାସ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରତ୍ୟେକ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଧନ ରାଶି ଜମା ହେବ ।’ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ‘ମେଦୀ ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ଏବଂ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ମଧ୍ୟ ପୁରା କରିନାହାଁନ୍ତି । କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ । କଂଗ୍ରେସ ଯାହା କୁହେ ତାକୁ କାର୍ଯ୍ୟରେ ପରିଣତ କରେ । ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି । ଏହା ସହ ଆନ୍ଧ୍ରରେ ୱାଇଏସ ଶିର୍ମଲାଙ୍କୁ ସଶକ୍ତ କରବାକୁ ଅପିଲ କରିଛନ୍ତି ଖଡଗେ । ‘

Get real time updates directly on you device, subscribe now.