fbpx
BJD SKY
BJD SKY

ମହିଳାଙ୍କ ପାଇଁ ବଡ଼ ଘୋଷଣା: ୨୧ ବର୍ଷ ନ ହେଲେ ‘କନ୍ୟା’ ବେଶରେ ସଜେଇ ହେବେନି ଯୁବତୀ

BJD

ନୂଆଦିଲ୍ଲୀ: ଏବେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଯାଇଛି । ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ ‘କନ୍ୟା’ ବେଶରେ ସଜେଇ ହୋଇ ପାରିବେନି ଯୁବତୀ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ବଡ଼ ଘୋଷଣା ହୋଇଯାଇଛି । ଏଥିରେ କୁହାଯାଇଛି ଯେ, ୨୧ ବର୍ଷ ପୂର୍ବରୁ ଝିଅମାନଙ୍କ ବିବାହ କରା ଯାଇ ପାରିବ ନାହିଁ । ସରକାରଙ୍କ ତରଫରୁ ଯୁବତୀଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରାଯାଇଛି । ଏ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବଡ଼ ଘୋଷଣା କରିଛନ୍ତି ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର କହିଛନ୍ତି ଯେ, ବର୍ତ୍ତମାନ ବିଦାନସଭା ସେଶନରେ ପରିବର୍ତ୍ତନ କରାଯିବ । କେଲାଙ୍ଗର ଲାହୋଲ ଶରଦ ଉତ୍ସବର ଶୁଭାରମ୍ଭ କରି ଏହାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ବିଧାନସଭା ସେଶନ ଜାରି ରହିଛି । ଆମ ରାଜ୍ୟର ସୁକନ୍ୟାମାନଙ୍କ ପାଇଁ ଆଉ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଝିଅମାନଙ୍କ ବିବାହ ବୟସ ଏବେ ୧୮ ରହିବ ନାହିଁ ବୋଲି ବିଧାସଭାରେ କୁହାଯାଇଛି । ଭାରତର ପ୍ରଥମ ରାଜ୍ୟ ଭାବରେ ହିମାଚଳରେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରାଯିବ ।

ଏହି ପରିବର୍ତ୍ତନ ପାଇଁ ଜାନୁୟାରୀ ମାସରୁ ସୁଖୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏବେ ବିଧାନସଭାରେ ସରକାର ବିଲ୍ ପାସ୍ କରିବା ପାଇଁ ମଧ୍ୟ ଯାଉଛନ୍ତି । ବର୍ତ୍ତମାନର ବଜେଟ ସେଶନରେ ବିବାହ ବୟସକୁ ନେଇ ଥିବା ଆଇନରେ ସଂଶୋଧନ କରାଯାଇପାରେ । ଏହାପରେ ରାଜ୍ୟରେ ବର-କନ୍ୟା ଉଭୟଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ରହିବ ବୋଲି କହିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଭିନ୍ଦର ସିଂହ ସୁଖୁ ।

ଏହି କାର୍ଯ୍ୟକ୍ରମରେ ‘ଇନ୍ଦିରା ଗାନ୍ଧୀ ପ୍ୟାରୀ ବେହନା ସମ୍ମାନ ନିଧି’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି କଂଗ୍ରେସର ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଅନୁସାରେ, ଜିଲ୍ଲା ଲାହୋଲ-ସ୍ପିତୀର ୧୮ ର୍ବେରୁ ଅଧିକ ବୟସର ସମସ୍ତ ମହିଳାଙ୍କୁ ୧୫୦୦ ଟଙ୍କା ପ୍ରତି ମାସ ପେନସନ ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ରାଜ୍ୟ ସରକାର ସ୍ପିତୀର କାଜାରେ ପ୍ରଥମ ହିମାଚଳ ଦିବସ ପାଳନ କରିଛନ୍ତି ଏବଂ ସେଠାରେ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ମାସକୁ ୧୫୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ସେ କହିଥିଲେ ଲାହଲ୍-ସ୍ପିତୀରେ ‘ଇନ୍ଦିରା ଗାନ୍ଧୀ ପ୍ୟାରୀ ବେହନା ସମ୍ମାନ ନିଧି ଯୋଜନା’ ଆରମ୍ଭ ହେବା ସହିତ ରାଜ୍ୟରେ ୧୧୦୦ ଟଙ୍କା ପେନସନ୍ ପାଉଥିବା ୨.୩୭ ଲକ୍ଷ ମହିଳାଙ୍କୁ ଫେବୃଆରୀ ୧, ୨୦୨୪ ରୁ ୧୫୦୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.