fbpx

ଦିପାବଳୀ ଡାକି ଆଣିଲା ମହାବିପଦ: ରାଜ୍ୟରେ ୪ ମୃତ, ୪ ଗୁରୁତର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟବାସୀ ଆନନ୍ଦ ଉଲ୍ଲାସର ସହିତ ଆଲୋକର ପର୍ବ ଦିପାବଳୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଏକାଧିକ ଅଘଟଣ । ଦିପାବଳୀରେ ଅନେକ ସ୍ଥାନରେ ଅଘଟଣ ଦେଖାଦେଖା ଫଳରେ ଖୁସିର ମାହୋଲରେ ନିରାଶା ଭରିଯାଇଛି । ଏପରି ଭାବେ ଦିପାବଳୀରେ ଅନେକ ବ୍ୟକ୍ତି ମୃତାହତ ହେବା ସହ କିଛି ସ୍ଥାନରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ।

ଖବର ମୁତାବକ, ଦିପାବଳୀରେ କଟକର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ସଂଘଟିତ ହୋଇଥିଲା । ବାଣ ଫୁଟାଇବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଏକ ଏଣ୍ଟରପ୍ରାଇଜର୍ସରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳିଯିବା ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଛି ।

ଦୀପାବଳୀରେ ରାଜ୍ୟର ଅନେକ ସ୍ଥାନରେ ବାଣ ଫୁଟାଇବା କାରଣରୁ କିଛି ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାର ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଅଗ୍ନିକାଣ୍ଡରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଭଦ୍ରକରେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚନ୍ଦନପୁରରେ ଗୁଳିମାଳରେ ଜଣେ ଓ ଦଶପଲ୍ଲାରେ ଛୁରାମାଡ଼ରେ ଜଣେ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.