fbpx

କରୋନା କବଜାରେ କପୁର ପରିବାର, ଅର୍ଜୁନଙ୍କ ସମେତ ୪ ପଜିଟିଭ୍ ଚିହ୍ନଟ

ମୁମ୍ବାଇ: କରୋନାକୁ ନେଇ ପୁଣି ବଲିଉଡ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନିକଟରେ ଅଭିନେତ୍ରୀ କରୀନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ବଲିଉଡରୁ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଭିନେତା ଅର୍ଜୁନ କପୁର ଗତବର୍ଷ ସେପ୍ଟେମ୍ବରରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି । ଅର୍ଜୁନଙ୍କ ସହିତ ତାଙ୍କ ଭଉଣୀ ଅଂଶୁଲା କପୁର, ଅନୀଲ କପୁରଙ୍କ ଝିଅ ରିୟା କପୁର ଏବଂ ତାଙ୍କ ଜ୍ୱାଇଁ କରନ ବୁଲାନୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

Arjun Kapoor, Anshula Kapoor, Rhea Kapoor, Karan Boolani Test Positive For COVID-19

ଏହି ୪ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଅର୍ଜୁନ କପୁରଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବି ଟେଷ୍ଟ ହେବ । ଅର୍ଜୁନ ନିକଟରେ ତାଙ୍କ ପ୍ରେମିକା ମଲାଇକାଙ୍କ ଘରେ ଖ୍ରୀଷ୍ଟମାସ ପାର୍ଟିପାଇଁ ଯାଇଥିଲେ ଓ ଏଥିରେ କରୀନା ଓ ଅମୃତା ବି ସାମିଲ ଥିଲେ । ତେବେ ଅମୃତା ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ ଓ ନିକଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ସେ ପାର୍ଟିରେ ପହଞ୍ଚିଥିଲେ । ଅନ୍ୟପଟେ ରିୟା ଏବଂ ତାଙ୍କ ସ୍ୱାମୀ କରନ ବୁଲାନୀ କରୋନା ଆକ୍ରାନ୍ତ ହେବା ପରେ ନିଜକୁ ସଙ୍ଗରୋଧ କରିବା ସହ ସମସ୍ତ କରୋନା କଟକଣା ଅନୁସରଣ କରୁଛନ୍ତି । ୨୦୨୦ ରେ ଅର୍ଜୁନ ଓ ଅଂଶୁଲା କରୋନାରେ ସଂକ୍ରମିତ ହୋଇଥିଲେ ।

Corona

Get real time updates directly on you device, subscribe now.