fbpx
BJD SKY
BJD SKY

(Video) ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗ ଚଢାଉ, ଜଣେ ଗିରଫ: ୯୬ ବୋତଲ କଫ୍ ସିରପ ସହ ଜବତ ହେଲା ୨ ଶହ ଇଞ୍ଜେକ୍ସନ

BJD

ନୂଆପଡ଼ା : ସଦର ବ୍ଲକ ଖରିଆର ରୋଡ ସହରରେ ବେଆଇନ ନିଶା କାରବାର ଉପରେ ନୂଆପଡ଼ା ଅବକାରୀ ବିଭାଗ ଚଢାଉ । ଜଣେ ନିଶାଦ୍ରବ୍ୟ ବ୍ୟବସାୟୀକୁ ଗିରଫ କରିବା ସହ ୯୬ ବୋତଲ କଫ୍ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିଛି ଅବକାରୀ ବିଭାଗ ।

ବୁଧବାର ଜୋଙ୍କ ଥାନା ଖରିଆର ରୋଡ ସହର ପଟେଲ ନଗରର ଏକ ଘରେ ବହୁ ନିଶାଦ୍ରବ୍ୟ ସାମଗ୍ରୀ ଗଚ୍ଛିତ ରହିଥିବା ନୂଆପଡା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ମଧ୍ୟାହ୍ନରେ ସଦର ଅତିରିକ୍ତ ତହସିଲଦାର ଜୟସେନ ଧରୁଆଙ୍କ ନେତୃତ୍ବରେ ଏକ ଅବକାରୀ ଟିମ ଖରିଆରରୋଡ ପଟେଲନଗରରେ ଚଢାଉ କରିଥିଲେ। ସେଠାରେ ୯୬ ବୋତଲ କଫ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିବା ସହ ନିଶାଦ୍ରବ୍ୟ ବ୍ୟବସାୟୀ ଟୁନୁ ଅଗ୍ରୱାଲଙ୍କୁ ଗିରଫ କରିଥିଲା। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.