fbpx
BSKY
BJD MC SKY
BJD YOUTH SKY

ରଙ୍ଗ ନେଲା ଜୀବନ: ହୋଲିରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୋଲିର ମଜା କିଏ ନ ନେବାକୁ ଚାହେଁ । ତେବେ ଅନେକ ସମୟରେ ଏହି ମଜା ସଜ୍ଜାରେ ପରିଣତ ହୋଇଯାଇଥାଏ । ହୋଲିରେ ରଙ୍ଗ ବୋଳିବାକୁ ନେଇ ଗଣ୍ଡଗୋଳ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ପ୍ରୟାଗରାଜରେ ଦୁଇଜଣ ଓ ଆମେଥିରେ ଦୁଇଜଣ ହୋଲି ବିବାଦ କାରଣରୁ ପ୍ରାଣ ହରାଇଛନ୍ତି ।

ଜଣାପଡ଼ିଛି ଯେ, ଫତେପୁର ଜିଲ୍ଲାରେ ରଙ୍ଗ ବୋଳିବାକୁ ନେଇ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ପରିସ୍ଥିତି ଉଗ୍ରରୂପ ଧାରଣ କରିବା ସହ କିଛି ବ୍ୟକ୍ତି ମସଜିଦ ଉପରକୁ ରଙ୍ଗ ଫୋପାଡ଼ି ଦେଇଥିଲେ । ଫଳରେ ଗଣ୍ଡଗୋଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା । ଆକ୍ରମଣକାରୀମାନେ କ୍ରୋଧରେ ଡିଏମ, ଏସପିଙ୍କ ସହ ଅନେକ ପୋଲିସ ଗାଡ଼ି ଉପରକୁ ପଥର ଫୋପାଡ଼ିଥିଲେ । ଅନେକ ଲୋକ ଏଥିରେ ଆହତ ହେବା ସହ କିଛି ମହିଳା ପୋଲିସ ମଧ୍ୟ ଘାୟଲ ହୋଇଥିଲେ । ସଙ୍ଗେସଙ୍ଗେ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୋଲିସର ଉପସ୍ଥିତିରେ ଏହି ହିଂସାକାଣ୍ଡ ଘଟିଥିବାରୁ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି । ସେହିପରି ଆମେଥିର ବାବୁପୁର ଗ୍ରାମରେ ରଙ୍ଗ ଖେଳିବାକୁ ନେଇ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

Get real time updates directly on you device, subscribe now.