fbpx
BJD
BJD SKY
BJD SKY

ନା ରଙ୍ଗ ନା ବାଡ଼ି, ଏଠାରେ ଖେଳାଯାଉଛି ପଥର ମାଡ଼ର ହୋଲି: ଦେଖନ୍ତୁ ଅଜବ ପ୍ରଥାର ଭିଡିଓ

BJD

ଲୋହଦଦଗା: ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ ହେଉଛି । ଲୋକମାନେ ନିଜ ପସନ୍ଦରେ ରଙ୍ଗ ବୋଳି ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ଝାଡ଼ଖଣ୍ଡରେ ସବୁଠାରୁ ଅଲଗା ପଥର ମାଡ଼ ହୋଲିର ନିଆରା ପ୍ରଥା ରହିଛି । ରାଜ୍ୟର ଲୋହରଦଗା ଜିଲ୍ଲାର ବରହୀରେ ପଥର ମାଡ଼ ହୋଲି ଖେଳିବାର ନିଆରା ପ୍ରଥା ଅନେକ ବର୍ଷ ଚାଲିଆସୁଛି । ଏହାକୁ ଦେଖିବା ପାଇଁ ରାଜ୍ୟ ବାହାରୁ ବି ଲୋକମାନେ ଆସି ପହଞ୍ଚୁଛନ୍ତି ।

ତେବେ ଲୋହରଦଗା ଜିଲ୍ଲାର ବରହୀ ଗାଁରେ ଖେଳାଯାଉଥିବା ଏପରି ହୋଲି ସାରା ରାଜ୍ୟରେ ପ୍ରସିଦ୍ଧ । ଲୋକମାନେ କୁହନ୍ତି କି, ଏହା ଅସତ୍ୟ ଉପରେ ସତ୍ୟର ଜୟ । ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଏହି ପଥରମାଡ଼ରେ ମୁସଲାମ ସମ୍ପ୍ରଦାୟର ଲୋକାମନେ ମଧ୍ୟ ଖୁଣ୍ଟ ଉପାଡିବାକୁ ଦୌଡ଼ିଥାନ୍ତି । ଗାଁର ଲୋକଙ୍କ କହିବା ମୁତାବକ, ପଥର ମାଡ଼ରେ ଲୋକମାନେ ଆହତ ହୋଇନଥାନ୍ତି । ଯିଏ ପଥରମାଡ଼କୁ ଭୟ ନକରି ଖୁଣ୍ଟକୁ ଉପାଡିବା ସହିତ ତାହାକୁ ଦେବୀ ମାଙ୍କ ପଛକୁ ଫୋପାଡିଥାନ୍ତି, ତାଙ୍କୁ ସୁଖ-ଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏହି ପଥର ମାଡ଼ରେ ଅନ୍ୟ ଗାଁର ଲୋକମାନେ କେବଳ ଦେଖିପାରିବେ, କିନ୍ତୁ ଭାଗ ନେଇପାରିବେ ନାହିଁ । ଯଦି ସେମାନେ ଏଥିରେ ଭାଗ ନିଅନ୍ତି, ତେବେ ତାଙ୍କ ସହ କିଛି ଅଘଟଣ ଘଟିପାରେ । ତେବେ ଆସନ୍ତୁ ଦେଖିବା ଏହାର ଭିଡିଓ…

Get real time updates directly on you device, subscribe now.