ଭୁବନେଶ୍ୱର(ଓଡିଶା ଭାସ୍କର): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ଅଭିଯୋଗ । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ ଅଭିଯୋଗ ଅଣାଯାଇଛି । OCAC ମୁଖ୍ୟ ମନୋଜଙ୍କ ନାଁ କହି ହ୍ୱାଟ୍ସଆପରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ମନୋଜ ପଟ୍ଟନାୟକ । ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରିଛି ପୋଲିସ ।
ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ମାନେ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସ ଆପ୍ ନମ୍ବରକୁ ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ । ଏକଥା ଜାଣିବା ପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ସାଇବର ଠକେଇ ନେଇ ଆରମ୍ଭ ହୋଇଛି ଖୋଳତାଡ । ତଦନ୍ତରେ ଆବଶ୍ୟକ ହେଲେ ସାଇବଲ ସେଲର ସହାୟତା ନେବ ସହିଦନଗର ଥାନା ପୋଲିସ ।