fbpx

ଏବେ ଖୋଲିବ କିଡନି ରାକେଟର ଗୁମର

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କିଡନୀ ରାକେଟ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହିମାଂଶୁକୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସିଡିଏଜଏମ କୋର୍ଟରେ ୩ ଦିନ ପାଇଁ କରିଛି ରିମାଣ୍ଡ ଆବେଦନ । କିଡନୀ ଦେବା ନାଁରେ ଠକେଇ କରି ଗିରଫ ହୋଇଛି ହିମାଂଶୁ ।

ତେବେ କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଥିଲା । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ । ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା । ଏନେଇ ହିମାଂଶୁ ଭୂଷଣ ନନ୍ଦ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା । ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.