fbpx

ଜାଣନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସର କଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

କୋଭିଡ କଟକଣା ସମ୍ପର୍କରେ ଗୃହ ବିଭାଗ ଦ୍ୱାରା ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯାଇଛି । ପ୍ରତିବର୍ଷ ଏନସିସି ତଥା ସ୍କୁଲ ଛାତ୍ରଛାତ୍ରୀ ପରେଡରେ ଭାଗ ନେଉଥିବା ବେଳେ ଚଳିତ ବର୍ଷ ସେଥିରୁ ବଞ୍ଚିତ ହେବେ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ୟାନ କରାଯାଇଛି ।

ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବ । ସୀମିତ ସଂଖ୍ୟକ ଅତିଥିଙ୍କ ଗହଣରେ ମାସ୍କ ସହ ଶାରୀରିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି । ଏହି ଅବସରରେ ଅନଲାଇନ ପ୍ରବନ୍ଧ କିମ୍ବା କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି କମିଶନର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.