fbpx

ରାଜଧାନୀରେ ଦୋକାନ ଦେବା ନାଁରେ ଠକେଇ; ଜାଗା ସମେତ କମ୍ପାନୀର ୨୯୦କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

Advertisement

ନୂଆଦିଲ୍ଲୀ: ଏକ ମନୋରଞ୍ଜନ କମ୍ପାନୀର ୨୯୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସି ନୋଏଡାର ଲୋକପ୍ରିୟ ଜିଆଇପି ମଲ୍ ରେ ଥିବା ଏକ ବାଣିଜ୍ୟିକ ଜାଗାକୁ ମଧ୍ୟ ଜବତ କରିଛି । ଇଡିର ନୋଟିସ୍ ଅନୁଯାୟୀ, ଗୁରୁଗ୍ରାମରେ କମ୍ପାନୀର ପ୍ରାୟ ୨୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରାଯାଇଛି ।

ଇଡି ଯେଉଁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ହେଉଛି ଇଣ୍ଟରନ୍ୟାସନାଲ ରିକ୍ରିଏସନ୍ ଆଣ୍ଡ ଆମ୍ୟୁଜମେଣ୍ଟ ଲିମିଟେଡ୍ (ଆଇଆରଏଏଲ୍)ର ହୋଲ୍ଡିଂ କମ୍ପାନି ଇଣ୍ଟରନ୍ୟାସନାଲ୍ ଆମ୍ୟୁଜମେଣ୍ଟ ଲିମିଟେଡ୍ । ଏହି କମ୍ପାନୀ ସହ ଜଡିତ ୨୯୧.୧୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଜବତ ସମ୍ପତ୍ତି ମଧ୍ୟରେ ନୋଏଡ଼ାର ଗ୍ରେଟ୍ ଇଣ୍ଡିଆ ପ୍ଲେସ୍ ମଲ୍ ରେ ଥିବା ୩,୯୩,୭୩୭.୨୮ ବର୍ଗଫୁଟ୍ ବାଣିଜ୍ୟିକ ସ୍ଥାନ ରହିଛି, ଯାହା ଏପର୍ଯ୍ୟନ୍ତ ବିକ୍ରି ହୋଇନାହିଁ ।

ଦିଲ୍ଲୀର ରୋହିଣୀସ୍ଥିତ ଆଡଭେଞ୍ଚର ଆଇଲ୍ୟାଣ୍ଡ ଲିମିଟେଡ୍ ନାମରେ ୪୫,୯୬୬ ବର୍ଗଫୁଟର ବାଣିଜ୍ୟିକ ଜାଗାକୁ ଇଡି ଜବତ କରିଛି । ଏହାବ୍ୟତୀତ ଦୌଲତପୁର, ଆମେର ଓ ଜୟପୁରରେ ଥିବା କମ୍ପାନୀର ୨୧୮ ଏକର ଲିଜ୍ ଜମିକୁ ମଧ୍ୟ ନିଜ ଅକ୍ତିଆରକୁ ନିଆଯାଇଛି । ମନି ଲଣ୍ଡରିଂ ନିବାରଣ ଆଇନ ଅର୍ଥାତ୍ ପିଏମଏଲଏର ବ୍ୟବସ୍ଥା ଅନୁଯାୟୀ ଇଣ୍ଟରନ୍ୟାସନାଲ ଆମ୍ୟୁଜମେଣ୍ଟ ଲିମିଟେଡ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଇଡି କହିଛି ।

Get real time updates directly on you device, subscribe now.