fbpx

ବର୍ଷେ ପର୍ଯ୍ୟନ୍ତ ମାଗଣା 5G Internet… ୟୁଜର୍ସଙ୍କୁ ଦିୱାଲୀ ଉପହାର ଦେବେ ମୁକେଶ ଅମ୍ବାନୀ

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ତରଫରୁ ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ୟୁଜର୍ସ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ଏବେ ୟୁଜର୍ସଙ୍କୁ ଆକର୍ଷଣ କରିବା ପାଇଁ ଆଉ ଏକ ଦମଦାର ପ୍ଲାନ କରିଛି ରିଲାଏନ୍ସ ଜିଓ । ଆଗକୁ ଦୀପାବଳି ଆସୁଥିବା ବେଳେ ବର୍ତ୍ତମାନ ୟୁଜର୍ସମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି ମୁକେଶ ଅମ୍ବାନୀ । ଆଜିଠାରୁ ଜିଓ ୟୁଜର୍ସମାନଙ୍କ ପାଇଁ ମାଗଣାରେ ୫ଜି ସେବା ଯୋଗାଇଦେବ ରିଲାଏନ୍ସ ଜିଓ । ଆସନ୍ତା ୧ ବର୍ଷ ପାଇଁ ୟୁଜର ମାଗଣାରେ ୫ଜି ସେବା ଉପଭୋଗ କରିପାରିବେ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ।

ରିଲାଏନ୍ସ ଜିଓର ଏହି ଦୀପାବଳି ଭେଟି ଆଜି (ସେପ୍ଟେମ୍ବର ୧୮) ତାରିଖରୁ ଆରମ୍ଭ ହେଉଥିବା ବେଳେ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଏହି ଅଫରରେ ଗ୍ରାହକ ୧ ବର୍ଷ ପର୍ଯ୍ୟନ୍ତ ମାଗଣା ଏୟାର ଫାଇବର କନେକ୍ସନ ପାଇପାରିବେ । ନୂଆ କିମ୍ବା ପୁରୁଣା ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ୟୁଜର୍ସ ଏହି ପ୍ରମୋସନର ଫାଇଦା ଉଠାଇପାରିବେ । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛି କମ୍ପାନୀ । ଯେ କୌଣସି ରିଲାଏନ୍ସ ଡିଜିଟାଲ କିମ୍ବା ମାଇ ଜିଓ ଷ୍ଟୋରରୁ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର ଜିନିଷ କିଣିଲେ ଏହି ପ୍ରମୋସନର ଫାଇଦା ଉଠାଇ ପାରିବେ ଗ୍ରାହକ । ଏହା ସାମାନ୍ୟ ଅଧିକ ଲାଗିପାରେ । କିନ୍ତୁ କୌଣସି ଇଲେକ୍ଟ୍ରାନିକ୍ସ ଜିନିଷ କିଣିବା ପାଇଁ ଚାହୁଁଥିଲେ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ ।

ଏହି ଫାଇଦା ପାଇବା ପାଇଁ ପୁରୁଣା ଗ୍ରାହକ ୨,୨୨୨ ଟଙ୍କାର ଏକ ଖାସ୍ ଦିୱାଲୀ ପ୍ଲାନ ରିଚାର୍ଜ କରନ୍ତୁ । ଏହି ପ୍ଲାନ ସହିତ ୟୁଜର୍ସଙ୍କୁ ୧ ବର୍ଷର ମାଗଣା ଜିଓ ଏୟାର ଫାଇବର ସର୍ଭିସ ମିଳିପାରିବ । ଯୋଗ୍ୟ ଗ୍ରାହକମାନଙ୍କୁ ୧୨ଟି କୁପନ୍ ଦିଆଯିବ । ଏସବୁ ପ୍ରତ୍ୟେକ ସେମାନଙ୍କର ସକ୍ରିୟ ଜିଓ ଏୟାରଫାଇବର ଯୋଜନାର ମୂଲ୍ୟ ସହିତ ସମାନ ରହିବ । ଏହି କୁପନ୍ କୁ ରିଲାଏନ୍ସ ଡିଜିଟାଲ, ମାଇ ଜିଓ, ଜିଓ ପଏଣ୍ଟ ବା ଜିଓ ମାର୍ଟ ଡିଜିଟାଲ ଏକ୍ସକ୍ଲୁଜିଭ ଷ୍ଟୋରରେ ରିଡିମ୍ କରାଯାଇ ପାରିବ । ପ୍ରତ୍ୟେକ କୁପନ୍ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଏହି କୁପନ୍ ପାଇବାର ୩୦ ଦିନ ମଧ୍ୟରେ ୧୫,୦୦୦ ଟଙ୍କା ବା ତା’ଠାରୁ ଅଧିକ ଟଙ୍କାର କୌରସି ଇଲେକ୍ଟ୍ରୋନିକ୍ ଜିନିଷ କିଣିବାକୁ ହେବ । ଏହି ଅଫର ସେପ୍ଟେମ୍ବର ୧୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସୀମିତ ରହିଛି । କିନ୍ତୁ ଏହି କୁପନ୍ ଭ୍ୟାଲିଡିଟି ନଭ୍ୱେର ମାସରୁ ଆସନ୍ତାବର୍ଷ ଅକ୍ଟୋବର (୨୦୨୫) ପର୍ଯ୍ୟଡ଼୍ତ ଚାଲୁ ରହିବ ।

Get real time updates directly on you device, subscribe now.